ଣତ୍ୱ’ ବିଧି, ‘ଷତ୍ୱ’ ବିଧି ଓ ସାଧାରଣ ଅଶୁଦ୍ଧି

 ଣତ୍ୱ’ ବିଧି, ‘ଷତ୍ୱ’ ବିଧି ଓ ସାଧାରଣ ଅଶୁଦ୍ଧି 


 'ଣତ୍ୱ’ ବିଧି: 


୧.ମଦନ, ଦାନ, ଦିନ, ଦୀନ, ମୁନ, ପ୍ରସୂନ, ଫେନ, ଦୈନ୍ୟ ।


୨. ଋଣ, ତୃଣ, ମସୃଣ, ଜୀର୍ଣ, ବିଦୀର୍ଣ୍ଣ, ଉତ୍ତୀର୍ଣ୍ଣ, କୃଷ୍ଣ, ଭାଷଣ, ଅବୈଷଣ, ହିତୈଷଣା । 


୩. ପ୍ରାଣ, ଦାରୁଣ, ମାର୍ଗଣ, ଦର୍ପଣ, ରୁକ୍ମିଣୀ, ପ୍ରୟାଣ, ପ୍ରିୟମାଣ, ରାବଣ, ଅପରାହୁ । 


ଉପର ଲିଖତ ତିନୋଟି ଧାଡ଼ିର ଶବ୍ଦଗୁଡ଼ିକୁ ଲକ୍ଷ୍ୟ କରାଯାଉ । ପ୍ରଥମ ଧାଡ଼ିର ଶବ୍ଦଗୁଡ଼ିକର ଶେଷରେ ‘ନ ଦ୍ୱିତୀୟ ତୃତୀୟ ଧାଡ଼ିର ଶବ୍ଦଗୁଡ଼ିକର ଶେଷରେ ‘ଣ’ର ବ୍ୟବହାର ହୋଇଛି । ଏପରି କାହିଁକି ହୋଇଛି ? ଏବେ ଆମେ ଗଭୀର ଭାବରେ ପ୍ରଥମ ଧାଡ଼ିର ଶବ୍ଦଗୁଡ଼ିକୁ ଦେଖିବା 


ଶବ୍ଦରୂପ          ବର୍ଣ୍ଣରୂପ           'ନ’ର ଅବସ୍ଥାନ 

ମଦନ      (ମ୍ ଅ ଦ୍ ଅ ନ୍ ଅ)      'ଅ' କାର ପରେ ‘ନ’ ଦାନ 

ଦାନ         (ଦ୍ ଆନ୍ ଅ)            ଆ’ କାର ପରେ ‘

ଦିନ          (ଦ୍ ଇ ନ୍ ଅ)       ଇ' କାର ପରେ ‘ନ’ 

ଦୀନ         (ଦ୍ର ଈ ନ୍ ଅ) ‘ଈ’ କାର ପରେ ‘ନ’ 

ମୁନ            (ମୁଁ ଉନ୍ ଅ)       ‘ଉ' କାର ପରେ ‘ନ’ 

 ପ୍ରସୂନ         (ପ୍ ର୍ ଅସ୍ ଜନ୍ ଅ)     ଊ’ କାର ପରେ ‘ନ’ 

ଫେନ            (ଫ୍ ଏ ନ୍ ଅ)      ‘ଏ’ କାର ପରେ ‘ନ 

ଦୈନ୍ୟ            (ଦ୍ ଐ ନ୍ ୟ ଅ)    'ଐ’ କାର ପରେ ‘ନ’ ରହିଛି 


ପ୍ରଥମ ଧାଡ଼ିରେ ଦିଆଯାଇଥୁବା ଶବ୍ଦଗୁଡ଼ିକୁ ଲକ୍ଷ୍ୟକଲେ ଜଣାଯିବ ଯେ ‘ଅ’କାର, ‘ଆ’କାର, ‘ଇ’କାର, ‘ଈ’କାର, ‘ଉ’କାର, ‘ଊ’ କାର, ‘ଏ’ କାର, ‘ଐ’ କାର ସ୍ୱର ପରେ ‘ନ୍’ ଅଛି । ଭାଷାରେ ଶବ୍ଦଗୁଡ଼ିଏ ଅବିକଳ ଏହିପରି ଚଳୁଅଛି । ଏହି ଶବ୍ଦଗୁଡ଼ିକରେ ‘ନ୍’ ସ୍ଥାରେ ‘ଣ’ ହୋଇପାରିବ ନାହିଁ ।


ଦ୍ୱିତୀୟ ଦିଆଯାଇଥିବା ଶବ୍ଦଗୁଡ଼ିକୁ ଦେଖୁଲେ ଜଣାଯିବ ଯେ- 


ଶବ୍ଦରୂପ                ବର୍ଣ୍ଣରୂପ        ଣ’ର ଅବସ୍ଥାନ 

ୠଣ              (ୠ ନ୍ ଅ)          ର' ପରେ 'ଣ 

ତୃଣ             (ତ୍ ୠ ନ୍ ଅ)        'ର' ପରେ 'ଣ ମସୃଣ 

ମସୃଣ          (ମ୍ ଅ ସ୍ ୠ ନ୍ ଅ)     ‘ର’ ପରେ ‘ଣ’ ଜୀର୍ଣ୍ଣ୍

ଜୀର୍ଣ୍ଣ            (ଜ୍ ଈ ର୍ ନ୍ ଅ)    ‘ର’ ପରେ ‘ଣ’ ବିଦୀର୍ଣ୍ଣ 

ବିଦୀର୍ଣ୍ଣ           (ବ୍ ଇ ଦ ଈ ର୍‌ ନ ଅ) ‘ର’ ପରେ ‘ଣ’ 

ଉତ୍ତୀର୍ଣ୍ଣ        (ଉ ତ୍ ତ୍ ଈ ର ନ୍ ଅ)      ‘ର’ ପରେ ‘ଣ’ 

କୃଷ୍ଣ              (କ୍ ର ଷ୍ ନ୍ ଅ)          ‘ଷ’ ପରେ 'ଣ 

ଭାଷଣ          (ଭ୍‌ ଆ ଷ୍ ଅ ନ୍ ଅ)    ‘ଷ’ ପରେ ‘ଣ’ 

ଅମ୍ବେଷଣ       (ଅ ନ୍ ଓ ଏ ଷ୍ ଅନ୍ ଅ)   ‘ଷ’ ପରେ ‘ଣ’ 

ହିତୈଷଣା       (ତ୍ ଐ ଷ୍ ଅନ୍ ଆ)   'ଷ' ପରେ 'ଣ’ ରହିଛି 


ଦ୍ୱିତୀୟ ଶବ୍ଦଗୁଡ଼ିକର ବ୍ୟବହାର ଦୃଷ୍ଟିରୁ ଅନୁଭବ କରାଯାଇ ପାରେ ଯେ ଏକ ପଦ ମଧ୍ୟରେ ‘ୠ’ ‘ର ‘’ ପରେ ‘ନ୍’ ଥିଲେ 'ଣ ହୁଏ । । ଏବେ ଆମେ ତୃତୀୟ ଧାଡ଼ିର ଶବ୍ଦଗୁଡ଼ିକୁ ଅନୁଧ୍ୟାନ କରିବା ।

ଶବ୍ଦରୂପ               ବର୍ଣ୍ଣରୂପ        ‘ଣ’ର ଅବସ୍ଥାନ ପ୍ରାଣ 

 ପ୍ରାଣ                     (ପ୍ ର୍ ଆ ନ୍ ଅ)    ସ୍ଵରବର୍ଣ ‘ଆ’ ପରେ ‘ନ’ ଅଛି । 

ଦାରୁଣ                    (ଦ୍ ଆର୍ ଉନ୍ ଅ)    ସ୍ଵରବର୍ଣ ‘ଉ’ ପରେ ‘ନ’ ଅଛି । 

ମାର୍ଗଣ              (ମ୍ ଆ ର ଗ୍ ଅନ୍ ଅ)  ‘କ’ ବର୍ଗ ‘ଗ୍’ ପରେ ‘ନ’ ଅଛି । 

ଦର୍ପଣ                (ଦ୍ ଅ ରୁ ପ୍ ଅନ୍ ଅ)  ‘ପ’ ବର୍ଗ ‘ପ’ ପରେ ‘ନ’ ଅଛି ।

ରୁକ୍ମିଣୀ              (ରୁ ଉକ୍ ମ୍ ଇନ୍ ଈ)     ‘ପ’ ବର୍ଗ ‘ମ୍' ପରେ ‘ନ’ ଅଛି । 

ପ୍ରୟାଣ             (ପ୍ ର୍ ଅ ୟ ଆ ନ୍ ଅ)       ‘ପ’ ବର୍ଗ ‘ପ୍' ପରେ 'ନ' ଅଛି ।

 ମିୟମାଣ          (ମ୍ ର୍ ଇ ୟ ଅ ମ୍ ଆନ୍ ଅ) ‘ପ’ ବର୍ଗ ‘ମ୍’ ପରେ ‘ନ’ ଅଛି। 

ରାବଣ               (ରୁ ଆ ବ୍ ଅନ୍ ଅ)          ଅନ୍ତସ୍ଥ ‘ୱ’ ପରେ ‘ନ’ ଅଛି ।

 ଅପରାହ୍ନ        (ଅ ପ୍ ଅ ର୍ ଆ ହ୍ ନ୍ ଅ)         ‘ହ୍‌ ପରେ ‘ନ’ ଅଛି । 


ତୃତୀୟ ଧାଡ଼ିରେ ପୂର୍ବ ନିୟମ ନ ଥାଇ ମଧ୍ୟ ‘ନ୍’ ର ‘ଣ’ ହୋଇଛି । ପ୍ରତ୍ୟେକ ଶବ୍ଦରେ ‘ୠ’ ‘ର୍‌ ‘ଷ’ ଭିତରୁ କୌଣସି ଗୋଟିଏ ବର୍ଣ୍ଣ ଅଛି । ମାତ୍ର ଠିକ୍ ‘ତା’ ପରେ ‘’ ନାହିଁ । କେଉଁଠାରେ ସ୍ଵରବର୍ଣ୍ଣ (ପ୍ରାଣ, ଦାରୁଣ), କେଉଁଠାରେ ‘କୁ’ ବର୍ଗ (ମାର୍ଗଣ), କେଉଁଠାରେ ‘ପ’ ବର୍ଗ (ଦର୍ପଣ, ରୁକ୍ମିଣୀ), କେଉଁଠି ‘ୟ’ (ପ୍ରୟାଣ, ପ୍ରିୟମାଣ), କେଉଁଠି ଅନ୍ତସୁ ‘ୱା’ କେଉଁଠି ହୁ’ (ଅପରାହୁ), ବ୍ୟବଧାନ ଥିଲେ ମଧ୍ୟ ‘ନ୍’ ର ‘ଣ୍’ ହୋଇଛି । 


ଏହି ଉଦାହରଣ ଗୁଡ଼ିକରୁ ଜଣା ଯାଉଛି ଯେ ‘ର ‘ରୁ’ ‘ଷ’ ର ଠିକ୍ ପରେ ‘ନ’ ଲେ କିମ୍ବା ସ୍ଵର ବର୍ଷ, ‘କ’ ବର୍ଗ (କଖଗଘଡ) ‘ପ’ ବର୍ଗ (ପ, ଫ୍, ବ, ଭ, ମ) ୟ, ୟ ୱା, , ହୁ, ପରେ ‘ନ୍ ଥୁଲେ ‘ଣ  ହୁଏ । ଏଥ ମଧ୍ୟରୁ ଏକ କିମ୍ବା ଏକାଧିକ ବର୍ଣ୍ଣର ବ୍ୟବଧାନ ଥିଲେ ମଧ୍ୟ ‘ନ୍’ ର ‘ଣ ହୁଏ।


 'ୠ', 'ର' ‘ଷ ପରେ ଅନ୍ୟ ବର୍ଣ୍ଣର ବ୍ୟବଧାନ ଥିଲେ ‘ନ୍', 'ଣ ହୁଏ ନାହିଁ । ଯଥା- ରଚନା, ମାର୍ଜନା, ବର୍ଣ୍ଣନା, କୀର୍ତ୍ତନ, ନର୍ତ୍ତନ, ଅର୍ଜୁନ, ମୂଚ୍ଛନା ଇତ୍ୟାଦି । 


ରଚନା- (ର୍‌ଅଚ୍‌ଅନ୍‌ଆ) ‘ଚ୍ ବ୍ୟବଧାନ ହେତୁ ଅର୍ଥାତ ‘ନ’ ପୂର୍ବରୁ ‘ଚ’ ରହିଥିବାରୁ ‘ନ୍ ‘ଣ’ ହେଲା ନାହିଁ । 


(୧) ଅ, ଆ, ଇ, ଈ, ଉ, ଉ, ଏ, ଐ ଆଦି ସ୍ଵରବର୍ଣ୍ଣ ପରେ ‘ନ ‘ଣ ହୁଏ ନାହିଁ । 


(୨) ‘ୠ, ର, ' ପରେ ‘ନ୍’ ଥିଲେ ଣ‘ ହୁଏ ।  


୩) ‘କ’ ବର୍ଗ (କ୍‌ଖ୍‌ଗ୍‌ଘ୍‌ଙ୍‌ ) ‘ପ’ ବର୍ଗ (ପ୍‌ଫ୍‌ବ୍‌ଭ୍‌ମ୍‌) 'ଯ୍‌', 'ୟ୍‌', ଅନ୍ତସ୍ଥ  'ୱ୍'‌ ‘ହ୍‌ (ଂ) ଅନୁସ୍ୱାର ବ୍ୟବଧାନ ଥିଲେ ମଧ୍ୟ ‘ନ୍’ ର ‘ଣ' ହୁଏ  । 


ଓଡ଼ିଆ ଭାଷାରେ ‘ନ୍’ ଓ ‘ଣ’ ର ବ୍ୟବହାର ସବୁବେଳେ ନିୟମ ଅନୁସାରେ ହୋଇ ନ ଥାଏ । କେତେକ ସ୍ଥଳରେ ଏହି ନିୟମର ଉଲ୍ଲଙ୍ଘନ ଦେଖାଯାଏ । ନିମ୍ନଲିଖିତ ଶବ୍ଦଗୁଡ଼ିକୁ ଲକ୍ଷ୍ୟ କରାଯାଉ । ଯଥା-


ଅଣା         ଚାଣକ୍ୟ       ବାଣୀ

ଅଣାକାର    ଚାହାଣି       ବୀଣା 

ଆଣ         ଜଣାଣ       ବେଣୀ         

କଣା         ଟାଣ         ବେଣୁ      

କଣିକା        ନିଶାଣ     ମଣି    

 କାଣୀ     ପାଣି         ମଣିମା

ଖୁଣ     ଫେଡ଼ାଣ        ମଣିଷ

ଗୁଣନା     ବାଣ       ମଶାଣି  

ଗୁଣନା      ବାଣ       ହଇରାଣ


ଉପର ଲିଖିତ ଶବ୍ଦ ଗୁଡ଼ିକରେ ‘ଣ’ ସ୍ୱାଭାବିକ୍ ଭାବରେ ରହିଅଛି । 


ପଦ ମଧରେ ‘ନ’ ସ୍ଥାନରେ 'ଣ’ ହେବାକୁ ‘ଣତ୍ୱ’ ବିଧି କୁହାଯାଏ। ୠ, ର, ଷ, ପରେ ‘ନ’ ଥିଲେ | ‘ଣ’ ହୁଏ ଏବଂ ‘କ’ ବର୍ଗ (କଖଗଘଙ) ‘ପ’ ବର୍ଗ (ପଫବଭମ) ଯ, ୟ, ୱ, ହ ବ୍ୟବଧାନଥିଲେ ମଧ୍ୟ ‘ନ’ ର  ‘ଣ’ ହୁଏ ।