ପଦ ପ୍ରକରଣ - ସର୍ବନାମ
ଆମେ ଆଗରୁ ଜାଣିଛୁ ଯେ ମଟର ଭାବକୁ ପୂର୍ଣ୍ଣାଙ୍ଗ ଓ ସାର୍ଥକ ରୂପେ ପ୍ରକାଶ କରିବା ପାଇଁ ଆମେ ଗୋଟିଏ
ପରେ ଗୋଟିଏ ବାକ୍ୟ କହିଥାଉ ବା ଲେଖିଥାଉ । ଏକାଧିକ ବାକ୍ୟ ମିଶି ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କରିଥାଏ । ଭାବବୋଧକ ଏକାଧିକ ବାକ୍ୟର ସମଷ୍ଟି ହିଁ 'ଅନନେହ' । ସଫଳ ଅନେଦରେ ନିର୍ଦ୍ଦିଷ୍ଟ ପଦର ବାରମ୍ବାର ବ୍ୟବହାର ଭାବାର୍ଥକୁ ତିନୋଟି ଦିଗରୁ ଦୁର୍ବଳ କରିଦିଏ । (i) ପଦର ପୁନରୁକ୍ତି ଦ୍ୱାରା ବାକ୍ୟ ଶୁତକଟୁ ହୁଏ, (ii)କହିବାରେ ଅଯଥା ସମୟ ନଷ୍ଟହୁଏ ଏବଂ (iii) ଲେଖୁବାରେ ଉଭୟ ସମୟ ଓ ସ୍ଥାନ ନଷ୍ଟ ହୁଏ ।
ନିମ୍ନରେ ଦୁଇଟି ଅନୁଛେଦ ଦିଆଯାଉଛି । ଉଭୟକୁ ଧ୍ୟାନ ଦେଇ ପଢ଼ ।
ବଡ ଅକ୍ଷରରେ ଲେଖା ହୋଇଥିବା ପଦକୁ ଲକ୍ଷ୍ୟକର ।
(କ) ବୁଢ଼ୀ ଘୁଷୁରିଘୁଷୁରି ଯାଇ ରେବତୀର ଶୋଇବା 'ଘର ଦେଖୁଲା । ବୁଢ଼ୀ ଶୋଇବା ଘରଟା ସାରା
ରେବତୀକୁ ଖୋଳିଲା । ବୁଢ଼ୀ କାଣିଲା ରେବତୀ ଶୋଇବା ଘରେ ନାହିଁ । ବୁଢ଼ୀ ଭାବିଲା ରେବତୀ ଭଲ
ହୋଇଗଲାଣି । ତେଣୁ ଶୋଇବାଘରଠି ନଥାଇ ରେ ବାଡ଼ିରେ ବୁଲୁଥିବ ।
(ଖ) ବୁଢ଼ୀ ଘୁଷୁରିଘୁଷୁରି ଯାଇ ରେବତୀର ଶୋଇବାଘର ଦେଖୁଲା । ସେ ଘରଟା ସାରା ତାକୁ ଖୋଢିଲା ।
ସେ ଜାଣିଲା ରେବତୀ ସେଠାରେ ନାହିଁ । ସେ ଭାବିଲା ତା’ର କର ଭଲି ହୋଇଗିଲାଣି ।
ତେଣୁ ଏଠି ନଥାଇ ସେ ବାଡ଼ିରେ ବୁଲୁଥିବ ।
ଦୁଇଟିଯାକୁ ଅନୁଛେଦ ପଢ଼ିଲେ ଦେଖ୍ବ ଉଭୟର ଭାବାର୍ଥ ସମାନ । 'କ' ଅନୁଛେଦଟି ସାମାନ୍ୟ ବଦଳାଇ
ଦେଇ ଖ’ ଅନୁଛେଦଟି ଲେଖାଯାଇଛି । ମାତ୍ର 'କ' ଅନୁଚ୍ଛେଦ ଅପେକ୍ଷା 'ଖ' ଅନୁଚ୍ଛେଦଟି ପଢ଼ିବାକୁ ଓ ଶୁଣିବାକୁ ଭଲ ଲାଗୁଛି । 'କ’ ଅନୁଛେଦରେ ବୁଢ଼ୀ, ରେବତୀ ଓ ଶୋଇବାଘର ଇତ୍ୟାଦି ନାମ ବା ବିଶେଷ୍ୟ ପଦର ବାରମ୍ବାର ବ୍ୟବହାର କରାଯାଇଛି । ଫଳରେ ବାକ୍ୟଗୁଡ଼ିକ ପୁନରୁକ୍ତି ଦୋଷରୁ ଶୁତିକଟୁ ବୋଧ ହେଉଛି । ପଦର ପୁନରୁକ୍ତି ହେଉ ନଥିବାରୁ 'ଖ' ଅନୁଛେଦଟି କହିବାକୁ, ପଢ଼ିବାକୁ ଓ ଶୁଣିବାକୁ ସହଜ ଓ ସୁଖ କର ଲାଗୁଛି । ଏଥପାଇଁ ଖ' ବା ଦ୍ବିତୀୟ ଅନୁଛେଦରେ ବୁଢ଼ୀ, ରେବତୀ, ଶୋଇବାଘର ଆଦି ବିଶେଷ ପଦ ବଦଳରେ ‘ସେ, ଘରଟାସିରା, ତାକୁ, ସେଠାରେ, ତା'ର ଏଠି” ଇତ୍ୟାଦି ପଦର ବ୍ୟବହାର ହୋଇଛି । ପ୍ରଥମ ଅନୁଚ୍ଛେଦରେ ବାରମ୍ବାର ବ୍ୟବହୃତ ହୋଇଥିବା ବିଶେଷ୍ୟ ପଦର ବିକଳ୍ପ ପଦ ଭାବରେ ‘ସେ, ତାକୁ, ସେଠାରେ, ତା’ର, ଏଠି' ଇତ୍ୟାଦି ପଦ ବ୍ୟବହୃତ ହୋଇଛି ।
ଏଥିରୁ ଚାରୋଟି କଥା ସ୍ପଷ୍ଟ ଜଣାଗଲା -
୧ । ଅନୁଚ୍ଛେଦରେ ବିଶେଷ୍ୟ ପଦର ବାରମ୍ବାର ବ୍ୟବହାର ବା ପୁନରାବୃତ୍ତି ଶୁତିକଟୁ ସୃଷ୍ଟିକରେ ।
୨ । ଭାଷାର ପୁନରୁକ୍ତି କଥନର ଶୁତିକଟୁତା ଦୂରକରିବାକୁ ପଡ଼ିଥାଏ ।
୩ । ଏଥିପାଇଁ ଆମେ ବାରମ୍ବାର ବ୍ୟବହୃତ ହେଉଥିବା ବିଶେଷ୍ୟ ପଦ ବଦଳରେ କେତେକ ବିକଳ୍ପ ପ୍ରଦର
ବ୍ୟବହାର କରିଥାଉ ।
୪ | ବିକଳ୍ପ ପଦ ବସିବା ଦ୍ଵାରା କହିବାରେ, ଅଯଥା ସମୟ ଓ ଲେର୍ବାରେ ଅଯଥା ସ୍ଥାନ ନଷ୍ଟ ହୁଏନାହିଁ । |
ବିଶେଷ୍ୟ ବଦଳରେ ଯେଉଁ ପଦ ବ୍ୟବହାର କରାଯାଏ ତାକୁ ‘ସର୍ବନାମ' କୁହାଯାଏ ।
ସର୍ବମ ବି ଖ ପଦର ୧୧ ବିସନ୍ସ ଉପଶ୍ରେଣୀକୁ ବୁଝାଏ । 'ସର୍ବ' ଅର୍ଥ ସବୁ |ସବୁ କହିଲେ ବାକ୍ୟରେ
ବ୍ୟବହୃତ ହେଉଥିବା ସବୁପ୍ରକାର ନାମ ବା ସଂଜ୍ଞା ବୁଝାଏ । ଆମେ ଜାଣିଛେ ଯେ ନାମ ବା ସଂଜ୍ଞା ବିଶେଷ୍ୟ କୁହାଯାଏ |
ସବୁପ୍ରକାର ବିଶେଷ୍ୟଗୁଡ଼ିକ ପାଇଁ ଯେଉଁ ଶବ୍ଦଗୁଡ଼ିକ ବିକଳ୍ପ ରୂପେ ବ୍ୟବହାର କରାଯାଏ ତାହାକୁ ସର୍ବନାମ' କୁହାଯାଏ ।
ଉଦାହରଣ ଦୁଇଟିକୁ ଦେଖ ।
(୧) ମୁଁ ନରିର ଭଉଣୀ । ଏହି ବାକ୍ୟରେ ‘ମୁଁ ବ ରେ ଛବି, କବିତା, ଶିଙ୍ଗା ଯେକୌଣସି ଜୀମ ବସିପାରିବ ।
ସେହିପରି 'ନରିର’ ସ୍ଥାନରେ ତା'ର, ପ୍ରର, ୨ଙ୍କର, ଇତ୍ୟାଦି ସର୍ବମ ପଦ ଧ ବସିପାରିବ ।
(ଖ) ମୁଁ ସେହି ସ୍କୁଲର ଛାତ୍ର । ପରେ ମୁଁ ସୁନରେ ତୁ, ବେ, ଏ, ସେମନ, ଅମେ, ତୁମେ, ଆପଣ- ଏପରି
ପଦ ସର୍ବନାମ ରୂପରେ ବସି ଅର୍ଥ ପ୍ରକାଶ କରିପାରିବ । ସେହିପରି ‘ସେହି ସ୍ଥାନରେ ବୋର୍ଡ୍/ଜିଲ୍ଲା
ଚନ୍ଦ୍ରଶେଖର ବେହେରା, ମାଳତୀଦେବୀ, ଗୋପବନ୍ଧୁ ସ୍ମାରକୀ, ରଣୀହାଟ, କପଡ଼ା ଇତ୍ୟାଦି କବାବ୍ ବିଶେଷ୍ୟ ବସିପାରିବ ।
ବାକ୍ୟରେ ଅଥବା ଅନୁଚ୍ଛେଦରେ ନାମ ବା ବିଶେଷ୍ୟ ପଦ ପରିବର୍ତ୍ତେ ସର୍ବନାମ
| ପଦ ବସାଯାଇ ସମାନ ଅର୍ଥ ପ୍ରକାଶ କରାଯାଇଥାଏ ।
ସର୍ବନାମ ବେଙ୍ଗ ବିଶେଷ୍ୟ ପଦ, ନୁହେଁ, ବ୍ୟରେ ଅବା ଅନ୍ୟପଦ ପରିବର୍ତ୍ତେ ବସିପାରିଥାଏ । ଏପରିକି
ଗୋଟିଏ ଗୋଟିଏ ମୂର୍ଷବଦ୍ୟ ଅଥବା ଖଣ୍ଡବାଜ୍ୟର ବାକ୍ୟର୍ଥ ପରିବର୍ତ୍ତେ ‘ବର୍ବନାମ’ର ବ୍ୟବହାର ମଧ୍ୟ ହୋଇଥାଏ ।
ଏବେ ତଳେ ଲେଖା ଯାଇଥିବା ବାଙ୍କଗୁଡ଼ିକୁ ପଢ଼ ଓ ସେସବୁରେ ଅବା ଡିଜଅକ୍ଷରର ପଦଗୁଡ଼ିକୁ ଇକ୍ଷ୍ୟ କର ।
(କ) ପଞ୍ଚମ ଶ୍ରେଣୀର ଶୁଭ୍ର ବୁଦ୍ଧିମତୀ, ସେହି ଶ୍ରେଣୀର ଅନ୍ୟମନେ ସେପରି ନୁହନ୍ତି ।
(ଖ)ଗତବର୍ଷ ଛାତ୍ରଛାତ୍ରୀ ବଣ ଭୋଜି ପାଇଁ ଯାଇଥିଲେ, ମାତ୍ର ଏବର୍ଷ ସେମାନେ ତାହା କରେ ନାହିଁ ।
(ଗ) ଶୁଭକାନ୍ତ ମିଛ କୁହେ ନାହିଁ । ଏହା ସମସ୍ତେ ଜାଣନ୍ତି ।
(ଘ) ରଘୁଟା ଏକଶିଙ୍ଗିଆ ; ମାତ୍ର ମଧୁଟି ସେମିତି ନୁହେଁ ।
କ- ବାକ୍ୟରେ 'ପଞ୍ଚମ'- ଏକ ପୂରଣବାଚକ ବିଶେଷଣ ଓ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଉଛି । ସେହିପରି
ବୁଦ୍ଧିମତୀ' ଗୋଟିଏ ବିଶେଷଣ ପଦ । 'ଶୁରା’ ବିଶେଷ୍ୟ ପଦର ଗୁଣକୁ ବୁଦ୍ଧିମତୀ ପଦଟି ବିଶେଷଣ ରୂପେ ବିଶେଷିତ କରୁଛି
‘ପଞ୍ଚମ' ବଦଳରେ 'ସେହି' ଓ 'ବୁଦ୍ଧିମତୀ' ବଦଳରେ ‘ସେପରି ପଦଦୁଇଟି ବ୍ୟବହୃତ ହୋଇଛି ।
ସେହି ଓ ‘ସେପରି'- ଏଠାରେ 'ଇଟି ସର୍ବନାମ ଓ ବିଶେଷଣର ବିକଳ୍ପ ରୂପେ ବ୍ୟବହୃତ ହୋଇଛି ।
ଖ– ବାକ୍ୟରେ 'ଛାତ୍ରଛାତ୍ରୀ’- ଏକ ବିଶେଷ୍ୟପଦ । 'ଯାଇଥରେ ଏକ କ୍ରିୟାଦି । ଛାତ୍ରଛାତ୍ରୀ ବିଶେଷ୍ୟ
ପଦ ବଦଳରେ 'ସେମାନେ' ଓ 'ଯାଇଥିଲେ' ବଦଳରେ ' ତାହା ବ୍ୟବହୃତ ହୋଇଛି । ସେମାନେ' ଓ 'ତାହା -
ଏ ଦୁଇଟି ସର୍ବନାମ ପଦ ଯଥାକ୍ରମେ ବିଶେଷ୍ୟ ପଦ 'ଛାତ୍ରଛାତ୍ରୀ' ଓ କ୍ରିୟାପଦ 'ଯାଇଥିଲେ'ର ଏକଏକ
ଉପରୂପ ବା ବିକଳ୍ପ ରୂପ ଭାବରେ ବ୍ୟବହୃତ ହୋଇଛି ।
ଗ- ବାକ୍ୟରେ 'ଶୁଭକାନ୍ତ ମିଛ କୁହେ ନାହିଁ - ଏକ ପୃବାକ୍ୟ । ଏହି ପୂର୍ଣ୍ଣ ବାକ୍ୟଟିର ଭାବାର୍ଥ ବା
ବାଲ୍ୟାର୍ଥକୁ ବୁଝାଉଥିବା ଏକ ବିକଳ୍ପ ପଦରୂପେ ‘ଏହା ବ୍ୟବହୃତ ହୋଇଛି ।
ଘ- ବାକ୍ୟରେ ‘ଏକଶିଙ୍ଗିଆ- ଏକ ଖଣ୍ଡବାଜ୍ୟ । ଏହି ଖଣ୍ଡବାଜ୍ୟଟି ବଦଳରେ ସମାନ ଅର୍ଥବୋଧକ ହୋଇ
‘ସେମିତି’ର ବ୍ୟବହାଁର କରାଯାଇଛି । ଏହି ପ୍ରକାର ବଦଳ ଶବ୍ଦଗୁଡ଼ିକ ହେଉଛି “ସର୍ବନାମ" ।"
ଯେଉଁ ପଦ ଅନ୍ୟ ଏକ ବା ଏକାଧିକ ପଦ ଓ ବାକ୍ୟ ପରିବର୍ତ୍ତେ ବ୍ୟବହୃତ ହୁଏ ତାହାକୁ ସର୍ବନାମ' କୁହାଯାଏ ।
ଓଡ଼ିଆ ଭାଷାରେ ଆମେ ଯେତେ ପ୍ରକାରର ସର୍ବନାମ ପଦ ବ୍ୟବହାର କରିଥାଉ ସେଗୁଡ଼ିକୁ ' ସାତଭାଗରେ
ବିଭକ୍ତ କରାଯାଇପାରେ । ଏବେ ସେସବୁ ସର୍ବନାମ ପଦ ବିଷୟରେ ଅଇରା ଇରୀ ଆଲୋଚନା କରିବା ।
ବ୍ୟକ୍ତିବାଚକ ବା ପୁରଷବାଚକ ସର୍ବନାମ
ନିମ୍ନଲିଖୁତ ବାକ୍ୟଗୁଡ଼ିକୁ ପଢ଼ ଓ ମୋଟାକଳି ଅକ୍ଷର୍ଗର ପଦଗୁଡ଼ିକୁ ଲକ୍ଷ୍ୟ କର ।
(କ) ମୁଁ କଟକ ଯବି । ଆମେ କଟକ ଯିବୁ । ଆମେମାନେ କଟକ ଯିବୁ ।
(ଖ) ତୁ ଖୁବ ଚତୁର । ତୁମେ ଖୁବ ଚତୁର । ତୁମେମାନେ ଖୁବ୍ ଚତୁର ।
(ଗ) · ଆପଣ ଜଣେ ଭଦ୍ର ଲୋକ । ଆପଣମାନେ ଜଣେଜଣେ ଭଦ୍ରଲୋକ ।
ଘ) ସେ ଘରେ ଅଛି । ସେ ଘରେ ଅଛନ୍ତି । ସେମାନେ ଘରେ ଅଛନ୍ତି ।
କ— ବାକ୍ୟରେ ଯେ କହୁଛି ସେ ବକ୍ତା ଓ ତା’ର ନାମ ପରିବର୍ତ୍ତେ 'ମୁଁ' ଏବଂ ଯେଉଁମାନେ କହୁଛନ୍ତି
ସେମାନଙ୍କ ନାମ ପରିବର୍ତ୍ତେ ‘ଆମେମାନେ' ଓ ବକ୍ରା ନିଜ ସହିତ ଯେଉଁମାନଙ୍କୁ ନେଇ କହୁଛି ସେ
ସମସ୍ତଙ୍କ ନାମ ପରିବର୍ତ୍ତେ 'ଆମେ ବ୍ୟବହୃତ ହୋଇଛି ।
ଖ– ବାକ୍ୟରେ ଯାହାକୁ ସମ୍ବୋଧନ କରି କୁହାଯାଇଛି ସେ କନିଷ୍ଠ ଓ ଆଦରର ହୋଇଥିବାରୁ ତା’ ନାମ
ପରିବର୍ତ୍ତେ 'ତ' ବ୍ୟବହୃତ ହୋଇଛି । ସମ୍ବୋତ ବ୍ୟକ୍ତି ସମାନସ୍ତର ଓ ବରିଷ୍ଠ ହୋଇଥୁବାରୁ ତାଙ୍କ ନାମ ପରିବର୍ତ୍ତେ ‘ତୁମେ' ଏବଂ ଯେଉଁ ସମୁହକୁ ସମ୍ବୋଧନ କରି କୁହାଯାଇଛି ସେମାନଙ୍କ ନାମ ପରିବର୍ତ୍ତେ
ତୁମ୍ଭେମାବେ’ ବା ‘ତୁମେମାନେ ବ୍ୟବହୃତ ହୋଇଛି ।
ଗ– ବାକ୍ୟରେ ସମ୍ବୋଧିତ ବ୍ୟକ୍ତି ବା ବ୍ୟକ୍ତିମାନେ ,ସାବ୍ୟସ୍ତ ହୋଇଥିବାରୁ ସେ' ବା 'ସେମାନଙ୍କ ନାମ
ପରିବର୍ତ୍ତେ 'ଆପଣ । ଆପଣମାନେ ବ୍ୟବହୃତ ହୋଇଛି ।
ତମେମାନେ ! ଆପଣ । ଆପଣମାନେ ଆଦି ବ୍ୟବହାର କରିଥାଉ । ଯଥା : ଆପଣ ବୋଲି ଏ କାମ କଲେ । ତୁମେ ଏ କାମ କରିବ ନାହିଁ । ତୁମେମାନେ ଏପରି କାମ କରିବନାହିଁ । ଆପଣମାନଙ୍କ କାମ ସ୍ମରଣୀୟ ହୋଇରହିବ ।
(ଗ) ତୃତୀୟପୁରୁଷ ସର୍ବନାମ
ଯାହା ବିଷୟରେ ବାକ୍ୟରେ କୁହାଯାଇଥାଏ ତାହାକୁ ' ତୃତୀୟ ପୁରୁଷ' କୁହାଯାଏ ।
ତୃତୀୟ ପୁରୁଷ ଏକବନରେ ଆଦର ଅର୍ଥରେ 'ସେ', ମାନ୍ୟାଥିରେ 'ସେ' ଓ ବହୁବଟନରେ
ସେମାନେ ବ୍ୟବହାର ହୋଇଥାଏ । ତୃତୀୟ ପୁରୁଷର ନାମ ବଦଳରେ ଯେଉଁ ସର୍ବନାମ
ପଦ ବ୍ୟବହାର କରାଯାଏ ତାହାକୁ 'ତୃତୀୟ ପୁରୁଷ ସର୍ବନାନ' କୁହାଯାଏ ।
ଉଦାହରଣ ସ୍ଵରୁପ :
ସେ ଖବରକାଗଜ ପଢୁଛି- (ଆଦର ଅର୍ଥରେ କନିଷ୍ଠ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତି- 'ସେ') ।
ସେ ଖବର କାଗଳ୍ପ ପଢୁଛନ୍ତି- (ସମ୍ମାନ ଅର୍ଥରେ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ- 'ସେ'):'
ସେମାନେ ଖବରକାଗଜି ପଢୁଛନ୍ତି- (ବହୁବଚନ ଅର୍ଥରେ ବ୍ୟବହୃତ – ସେମାନେ') | ମନେରଖିବା :
(କ) ବ୍ୟକ୍ତିବାଚକ ସର୍ବନାମ ଏହିପରି ପ୍ରଥମ ପୁରୁଷ, ଦ୍ବିତୀୟ ପୁରୁଷ ଓ ତୃତୀୟପୁରୁଷ ନାମ ବଦଳରେ
ପ୍ରୟୋଗ ହେଉଥିବାରୁ ଏହାକୁ ‘ପୁରୁଷବାଚକ ସର୍ବନାମ' କୁହାଯାଇଥାଏ ।
(ଖ) ଆମ ଭାଷାରେ ଆମେ ବ୍ୟକ୍ତିବିଟିକ' ସର୍ବନାମ ପଦଗୁଡ଼ିକୁ ତିନୋଟି ପୁରୁଷ ଓ ଦୁଇଟି ବବନ
(ଏକବଚନ । ବହୁବଟନ)ରେ ବିଭିନ୍ନ ରୂପରେ ବ୍ୟବହାର କରିଥାଉ । ବକ୍ୟରେ ପୁରୁଷ ଓ ବଚନ ଅନୁସାରେ ବ୍ୟକ୍ତିବାଚକ ସର୍ବନାମ ପଦଗୁଡ଼ିକରେ ବିଭକ୍ତିଚିହ୍ନ (ଟା, କୁ, ଦ୍ୱାରା, ପାଇଁ, ରୁ, ର, ରେ, ଠାରେ ଇତ୍ୟାଦି) ଲାଗିଲେ ସେଗୁଡ଼ିକର ମୂଳରୂପ ବା ଆକୃତିରେ ପରିବର୍ତ୍ତନ ଘଟେ । ଏ ଦୃଷ୍ଟିରୁ ବ୍ୟକ୍ତିବାଚକ ବା ପୁରୁଷବାଟକ ସର୍ବନାମର ଦୁଇଟି ରୂପ ରହିଛି । ଗୋଟିଏ ଅପରିବର୍ତ୍ତିତ ‘ମୂଳରୂପ' । ଏହାକୁ ‘ସରଳ ରୂପ' ବା 'ରକୁ ରୂପ' କୁହାଯାଏ । ଅନ୍ୟଟିକୁ 'ପରୋକ୍ଷ' ବା ତିର୍ଯ୍ୟକୁ ରୂପ' କୁହାଯାଏ । ପୁରୁଷବାଟକ ସର୍ବନାମର ଏ ଉଭୟ ପ୍ରକାର ନିମ୍ନମତେ ବୁଝାଯାଇପାରେ ।
ପୁରୁଷ
ପ୍ରଥମପୁରୁଷ ସର୍ବନାମ
ଦ୍ବିତୀୟପୁରୁଷ ସର୍ବନାମ
ତୃତୀୟପୁରୁଷ ସର୍ବନାମ
ସରଳ ରୂପ
ମୁଁ, ଆମେ, ଆମେ
ତୁ, ତୁମେ, ତୁମେ, ଆପଣ
ସେ ସେମାନେ
ତିର୍ଯ୍ୟକୁ ରୂପ
ମୋର, ମୋ, ମୋତେ, ଆମ, ଆନ୍ତ, ଆମର, ଆମ୍ଭର
ତୁମ୍ଭ, ତୁମ, ତୋ, ତୋତେ
ତୀ, ତାହା, ତା’ର, ତାଙ୍କ, ସେମାନେ, ସିଏ
ମନେରଖିବା
• ପୁରୁଷବାଚକ ସର୍ବନାମର ପୂଳରୂପଟି ସର୍ବଦା ପ୍ରଥମ ବିଭକ୍ତିର ରୂପ ହୁଏ ଯଥା—-ମୁଁ, ଆମେ, ତୁ, ତୁମେ,
ସେ।
• ତୀର୍ଯ୍ୟକ ରୂପଟି ସର୍ବଦା ଚତୁର୍ଥୀ ବିଭକ୍ତିର ରୂପ ହୁଏ । ଯଥା- ମୋ, ମୋତେ, ଆମ, ତୁମ, ତୋ, ତା,
ସେମାନେ ।
• ବିଭକ୍ତି ଚିହ୍ନ ଲାଗିଲେ ମୂଳରୁପ (ପି, ତୁ, ସେ) ବଦଳିଯାଏ । ଯଥା- ମୋ'ଟା, ତୋ'ଟା, ତା' ବ୍ୟ,
ଆମଠାରୁ, ତାଙ୍କ ପାଇଁ ଇତ୍ୟାଦି । ତୃତୀୟପୁରୁଷରେ ନିକଟରେ ଥିବା ବ୍ୟକ୍ତିଙ୍କ ପାଇଁ 'ଏ । ଇଏ । ୟେ । ଏମାନେ ବ୍ୟବହାର କରାଯାଏ ।
ଦୁରରେ ଥିବା ବ୍ୟକ୍ତିଙ୍କ ପାଇଁ 'ସେ । ସିଏ। ସେମାନେ' ଆଦି ବ୍ୟବହାର କରାଯାଏ । ୫୩.୨ : ନିର୍ଦ୍ଦେଶକ ସର୍ବନାମ । ନିର୍ଦ୍ଦେଶାତ୍ମକ ସର୍ବନାମ :
ଦତ୍ତ ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର । (କ) ସେ ଯାହା ଦେଖୁଲା, ତାହା କହିଲା । (ଖ) ଏଇ ହଁ ସେଇ ମୂର୍ଭ ।।
(ଗ) ଏହା ସତ ହେବ । ' '(ଘ) ଯା'କୁ ତା'କୁ ଆଣିବୁ ନାହିଁ ।
ଦିଆଯାଇଥିବା ବାକ୍ୟ ଚାରୋଟିରେ 'ଯାହା, ତାହା, ଏଇ, ସେଇ, ଏହା, ୟା, ତା' ପ୍ରଭୃତି ସର୍ବନାମ ପଦ , ଅନ୍ୟ ବିଶେଷ୍ୟ ପଦକୁ ନିର୍ଦ୍ଦେଶ କରିବାରେ ସାହାଯ୍ୟ କରୁଛି । ଏଗୁଡ଼ିକ 'ଦୂର ନିର୍ଦ୍ଦେଶାତ୍ମକ' ଓ 'ନିକଟ ନିର୍ଦ୍ଦେଶାତ୍ମବ' ଏପରି ଦୁଇଟି ଦିଗରୁ ବ୍ୟବହୃତ ହୁଏ ।
ଯଥା; ଦୂର ନିର୍ଦ୍ଦେଶାତ୍ମକ ସର୍ବନାମ ନିକଟ ନିର୍ଦ୍ଦେଶାତ୍ମକ ସର୍ବନାମ ସେଇଟା ଦିଶୁଛି, ତା'କୁ ଆଣ ।
ଏଇଟା ଭଲ, ୟା'କୁ ନିଅ । ତାହା ପସନ୍ଦ ହେଉଛି ।
ଏହା ପସନ୍ଦ ଲାଗୁନି । ସିଏ ଯାଉଛି ।
ଇଏ । ସେ ଆସୁଛି । ସେହିଗୁଡ଼ିକୁ ଫିଙ୍ଗିଦିଅ ।
ଏହିଗୁଡ଼ିକୁ ଯତ୍ନରେ ରଖ । ତା' କାମ ସରିଲା ।
ଯା' କାମ ସରିଲା । ଏଠାରେ ‘ସେଇ । ତା । ତାହା । ସିଏ । ସେହି ପଦଗୁଡ଼ିକ ଦୂର ନିର୍ଦ୍ଦେଶାତ୍ମକ ସର୍ବନାମ ଓ 'ଏଇ । ୟା। ଏହା । ଇଏ । ଯେ । ଏହି'- ଇତ୍ୟାଦି ପଦଗୁଡ଼ିକ ନିକଟ ନିର୍ଦ୍ଦେଶାତ୍ମକ ସର୍ବକାମ ।
'ସେ, ତା, ସେହି, ଏହା, ତାହା, ଭଳି ଯେଉଁ ସର୍ବନାମ ପଦଗୁଡ଼ିକ ଯେଉଁଯେଉଁ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୁଅରି ସେହି ସର୍ବନାମଗୁଡ଼ିକ ସେମାନଙ୍କୁ ନିର୍ଦ୍ଦେଶ କିରିଥା'ନ୍ତି ।
ନିର୍ଦ୍ଦେଶର କାର୍ଯ୍ୟ କରୁଥିବା ସର୍ବନାମ ପଦକୁ 'ନିର୍ଦ୍ଦେଶକ ସର୍ବନାମ' ବା ନିର୍ଦ୍ଦେଶାତ୍ମକ ସର୍ବନାମ' କୁହାଯାଏ ।
ଉତ୍ତର ।
ପ୍ରଶ୍ନବାଚକ ସର୍ବନାମ :
ପ୍ରଶ୍ନ- ଉତ୍ତର ଛଳରେ ଲେଖାଯାଇଥିବା ତଳି ବାଜ୍ୟଗୁଡ଼ିକୁ ପଢ଼ । କଳା ଅକ୍ଷରରି ପଦଗୁଡ଼ିକୁ ଲକ୍ଷ୍ୟକର ।
ପ୍ରଶ୍ନ (କ) କିଏ ଆଜି ସ୍କୁଲକୁ ଆସିଛନ୍ତି ?
ଉପନ୍ୟାସ ଲେଖୁଥିବା ଜଣେ ପୁରାତନ ଛାତ୍ର ଆସିଛନ୍ତି । (ଖ) ତାଙ୍କ ନାଁ କ’ଣ ?
ତାଙ୍କୁ ନାଁ ଗୋପିନାଥ ମହାରି । (ଗ) କେଉଁଠି ତାଙ୍କ ଗାଁ ?
ଆମ ହାଟପାଖି ବାଗବାଳି ତାଙ୍କ ଗାଁ । (ଘ) ତାଙ୍କବହି କିଏ କିଏ ପଢ଼ିଛି ?
ମଧୁ, ଶ୍ୟାମ, ହରି ଏମିତି ଅନେକ ତାଙ୍କ ଉପନ୍ୟାସ ବହି ପଢ଼ିଛି । (ଡି) କାହା ବିଷୟରେ ସେ ଲେଖୁଛଛି ?' ପ୍ରାୟତଃ ଆଦିବାସୀ ଜନଜାତିଙ୍କ ବିଷୟରେ ସେ ଲେଖୁଛନ୍ତି ।
କ’ ଠାରୁ 'ଡ' – ପ୍ରତ୍ୟେକର ପ୍ରଥମ ବାଜ୍ୟଟି ଏକ ପ୍ରଶ୍ନଟକ ବାକ୍ୟ । ଦ୍ବିତୀୟ ବାକ୍ୟଗୁଡ଼ିକ ପ୍ରଶ୍ନ ଅନୁସାରେ ଉତ୍ତରପୂଳକ ବାକ୍ୟ । ପ୍ରଶ୍ନସୂଚକ ବାକ୍ୟପାଞ୍ଚଟିରେ ‘କିଏ । କ'ଣ । କେଉଁଠି। କିଏ କିଏ । କାହା'-ଇତ୍ୟାଦି ଗୋଟିଏ ଗୋଟିଏ ପ୍ରଶ୍ନସୂଚକ ପଦ । ଦ୍ବିତୀୟ ପ୍ରକାରର ଭରରମୂଳକ ବାକ୍ୟଗୁଡ଼ିକରେ ବ୍ୟବହୃତ ହୋଇଥିବା ‘ପୁରାତନ ଛାତ୍ର । ଗୋପିନାଥ ମହାରି । ନାଗବାଛି । ମଧୁ, ଶ୍ୟାମ, ହରି । ଆଦିବାସୀ ଜନଜାତି'- ଇତ୍ୟାଦି ବିଶେଷ୍ୟ : ପବଗୁଡ଼ିକ ପାଇଁ ଏହି ପ୍ରଶ୍ନସୂଚକ ପଦଗୁଡ଼ିକ ସର୍ବନାମ ରୂପରେ ବ୍ୟବହୃତ ହୋଇଛି । ଏହିପରି ପ୍ରଶ୍ନମୂଳକ ବାକ୍ୟରେ କିଏ, କାହାକୁ, କାହାର, କେଉଁ, କି, କ'ଣ ଭଳି ପ୍ରଶ୍ନସୂଚକ ପଦ ବିଶେଷ୍ୟ ଅଥବା ଉତ୍ତର ଆଶାଜନକ ଅନ୍ୟପଦ ପାଇଁ ବିକଚ୍ଛପଦ ରୂପେ ବ୍ୟବହୃତ ହେଉଥିଲେ ତାହାକୁ 'ପ୍ରଶ୍ନବାଚକ ସର୍ବନାମ' କୁହାଯାଏ । ଅଧୁକ ଦୃଷ୍ଟାନ୍ତ ଏହିପରି ।
କିଏ କହିଲେ ? ? ଏବେ କ'ଣ କରିବ ? । ଏଇଟି କାହାର ବହି ? କାହାକୁ ପ୍ରଥମେ ଡାକିବ ? । ବି ହେଲାରେ ? । କେହି ତାଙ୍କୁ ଦେଖିଛ ?/ କେଉଁଟି ଠିକ୍ ବାଟ ?
ଯେଉଁ ସର୍ବନାମ ପଦ ବାଜ୍ୟକୁ ପ୍ରଶ୍ନସୂଚକ କରିଦିଏ ।
ତାହାକୁ ‘ପ୍ରଶ୍ନବାଚକ ସର୍ବନାମ' କୁହାଯାଏ ।
ସମ୍ବନ୍ଧବାଚକ ବା ଆପେକ୍ଷିକ ସର୍ବନାମ :
ଅନେକ କ୍ଷେତ୍ରରେ ଆମେ କେତେକ ବାକ୍ୟ ବ୍ୟବହାର କରୁ ଯହିଁରେ ଏକାଧକ ସର୍ବନାମ ପଦ ବ୍ୟବହିତ ହୋଇଥାଏ । ଏପ୍ରକାର ବାକ୍ୟରେ ଗୋଟିଏ ସର୍ବନାମ ପଦ ଅନ୍ୟ ସର୍ବନାମ ପଦକୁ ଅର୍ଥ ପ୍ରକାଶ ପାଇଁ ଅପେକ୍ଷା କରିଥାଏ । ପରସ୍ପର ଭିତରେ ସମ୍ବନ୍ଧ ରଖୁଥିବା ଏପ୍ରକାର ସର୍ବନାମ ପଦ ମଧ୍ୟରୁ ଗୋଟିକୁ ଛାଡ଼ି ଅନ୍ୟଟି ବାର୍ଥ ବୁଝାଇବାରେ ସତୁର୍ଥ ହୁଏନାହିଁ ।
ତଳ ଉଦାହରଣ ତିନୋଟିକୁ ଲକ୍ଷ୍ୟକର ।
(କ) ପ୍ରଧାନଶିକ୍ଷକ ଯେପରି କହିଛରି, ସେ ସେପରି କରୁଛି ।
(ଖ) ତୁମକୁ ଯାହା କରିବାକୁ ଦିଆଯାଇଛି, ତାହା ହିଁ କର ।
(ଗ) ତାଙ୍କୁ ଯେତେ ପ୍ରଶଂସା କରି କହିବୁ ସେ ସେତେ କରିବେ ।
ପ୍ରଥମ ବାକ୍ୟରେ 'ଯେପରି' ଓ 'ସେପରି'- ଏଦୁଇଟି ସର୍ବନାମ ପଦର ପରିସ୍ପର ମଧ୍ୟରେ ସମ୍ବନ୍ଧ ରହିଛି । ଦ୍ବିତୀୟ ବାକ୍ୟରେ 'ଯାହା' ଓ 'ତାହା'- ଏ ଦୁଇଟି ସର୍ବନାମ ପଦ ଅର୍ଥବୋଧ ନିମନ୍ତେ ପରସ୍ପରର ସାପେକ୍ଷ । ତୃତୀୟ ବାକ୍ୟରେ 'ଯେତେ' ଓ 'ସେତେ'- ଏ ଉଭୟ ପଦ ପରସ୍ପର ନିର୍ଭରଶୀଳ ଓ ଗୋଟିଏ ବ୍ୟତୀତ ଅନ୍ୟଟି ବାକ୍ୟର ଅର୍ଥ ବୁଝାଇବାରେ ଅସମର୍ଥ ।
ଗୋଟିଏ ବାକ୍ୟରେ ଯେଉଁ ସର୍ବନାମ ପଦର ଅନ୍ୟ ସର୍ବନାମ ପଦ ସହିତ ସମ୍ବନ୍ଧ ଘଟିଥାଏ ତାହାକୁ' ସମ୍ବନ୍ଧବାଚକ ସର୍ବନାମ' କୁହାଯାଏ । .ପୁନଶ୍ଚ ବାକ୍ୟରେ ଅର୍ଥ ନିର୍ଦ୍ଦିଷ୍ଟ କରିବା ପାଇଁ ଏ ପ୍ରକାରର ସର୍ବନାମ ପଦଗୁଡ଼ିକ ପରସ୍ପରକୁ ଅପେକ୍ଷା କରୁଥିବାରୁ ଏଗୁଡ଼ିକୁ 'ଆପେକ୍ଷିକ ସର୍ବନାମ' କୁହାଯାଇଥାଏ । ଏଧରଣର ସର୍ବନାମ ପଦକୁ ଜାଣିବାପାଇଁ ଏବେ ଅଭ୍ୟାସ କର।
ଯେ କାମରେ ମନ ଲଗାଏ, ସେ ନିଶ୍ଚିତ ଭଲ, ଫଳ ପାଏ ।
• ଯିଏ ଯେମିତି କରିଥାଏ, ସିଏ ସେମିତି ଫଳ ପାଇଥାଏ ।
• ଯାହାର ମନ ଯେଡ଼େ, ତାହାର ପ୍ରଭୁ ତେଡ଼େ ।
ନିର୍ଣ୍ଣାୟକ ସର୍ବନାମ
। ଆମେ ସଜୀବ-ନିର୍ଜାବ, ବ୍ୟକ୍ତି-ଅବ୍ୟକ୍ତି, ପ୍ରାଣୀ-ଅପ୍ରାଣୀ:ଚିର୍ବିଶେଷରେ କୌଣସି ସଂପର୍କରେ ନିଶ୍ଚିତ-ଅନିଶ୍ଚିତ, ନିର୍ଦ୍ଦିଷ୍ଟ-ଅନିର୍ଦ୍ଦିଷ୍ଟ, ସଂଖ୍ୟା, ପରିମାଣ ଆଦି ଧାରଣା ସୃଷ୍ଟି କରିବା ପାଇଁ କେତୋଟି ଭିନ୍ନପ୍ରକାରର ସର୍ବନାମ ପଦ ବ୍ୟବହାର କରିଥାଉ । ଆମେ ‘ଉଭୟ, ପ୍ରତ୍ୟେକ, ତିନିହେଁ, ସମକ୍ତ, ସବୁ, ଅନ୍ୟ, ଆର, ଆରକ, କେହି, କିଛି ପ୍ରଭୃତି ସର୍ବନାମି ପଦକୁ ବାକ୍ୟରେ ବ୍ୟବହାର କରି ବିଶେଷ୍ୟପଦକୁ ସାଧାରଣ ଭାବରେ ନିର୍ଦ୍ଦିଷ୍ଟ ଅନିର୍ଦ୍ଦିଷ୍ଟ ରୂପରେ ନିର୍ଣ୍ଣୟ କରିଥାଉ । ଏବେ ବୁଝିବା ପାଇଁ ନିମ୍ନଲିଖୁତ ବାକ୍ୟଗୁଡ଼ିକୁ ପଢ଼ ଓ କଳାଅକ୍ଷରର ପଦଗୁଡ଼ିକର ପ୍ରୟୋଗ ବିକୁ ଲକ୍ଷ୍ୟ କର: -
(କ) ସୁର ଓ ବୀର, ଉଭୟେ ଏକା ଶ୍ରେଣୀରେ ପଢ଼ଚି ।
(ଖ) ହେଲେ ପ୍ରତ୍ୟେକର ସ୍ଵଭାବ ଅଲଗା ଅଲଗା ।
(ଗ) ବଗିଚାକାମ, ଘରକାମ, ପାଠକାମ- ଯେଉଁ କାମ ଦିଆଯାଉ ସୁର ସବୁ କରିପାରିବ ।
(ଘ) ମାତ୍ର ବୀରକୁ କିଛି (କାମ) ଭଲରେ ଜଣା, କିଛି (କାମ) ଜଣା ନାହିଁ ।
(ଙ) ବିଦ୍ୟାଳୟରେ ଯେତେ ପ୍ରକାରର କାମ ଅଛି, ସୁର ସମସ୍ତ କରିପାରେ ।
| କ- ବାକ୍ୟରେ ସୁର ଓ ବୀର- ଏ ଦୁଇଟି, ନାମବାଚକ ବିଶେଷ୍ୟ ପଦକୁ ‘ଉଭୟେ' ପଦଟି ନିର୍ଦ୍ଦିଷ୍ଟ ରୂପେ ବୁଝାଉଛି । ଖ ବାକ୍ୟରେ ସୁର ଓ ବୀରୁ ବିଶେଷ୍ୟ ପ୍ରଦ ବଦଳରେ ‘ପ୍ରତ୍ୟେକ' ସର୍ବତୀମ ପଦଟି ବସିଛି ଓ ଉଭୟଙ୍କ ବିଷୟରେ ନିଶ୍ଚିତ ଧାରଣା ଦେଇଛି । ଗ- ବାକ୍ୟରେ ବଗିଚା କାମ, ଘରକାମ ଓ ପାଠକାମ ପରି ଯାବତୀୟ କାମ ପାଇଁ 'ସବୁ ସର୍ବନାମ ପଦଟି ବସିଛି ଏବଂ ବିଶେଷ୍ୟ ପଦର ନିଶ୍ଚିତତା ନିର୍ଣ୍ଣୟ କରୁଛି । ଘ- ବାକ୍ୟରେ ‘କିଛି' ଏକ ନିୟୟ ବାବକ ସର୍ବନାମ । ଏହା କାମ ବିଶେଷ୍ୟପଦ ପାଇଁ ବସିଛି ଓ ବିଶେଷ୍ୟ ପଦ ବିଷୟରେ ଅନିର୍ଦ୍ଧଷ୍ଟ ଧାରଣା ଦେଉଛି । ଡ- ବାକ୍ୟରେ 'ସମସ୍ତ' ସର୍ବନାମ ପଟି ବିଦ୍ୟାଳୟର ଯେତେ ପ୍ରକାରର କାମ ଅଛି ସକଳ କାମ ପାଇ ବ୍ୟବହୃତ ହୋଇଛି ।
ଯେଉଁ ସର୍ବପ ପଦ ବାକ୍ୟରେ ବ୍ୟବହୃତ ହୋଇ ବିଶେଷ୍ୟ ପଦକୁ ନିର୍ଦ୍ଦିଷ୍ଟ-ଅନିର୍ଦ୍ଦିଷ୍ଟ, ନିଷ୍ପତ ଅନିଶ୍ଚିତ ରୂପେ ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ ତାହାକୁ 'ନିର୍ଣ୍ଣାୟକ ସର୍ବନାମ' କୁହାଯାଏ ।
ଏବେ ଅଭ୍ୟାସ କର । - ପ୍ରତ୍ୟେକଙ୍କୁ ଲେଖବାକୁ କୁହ ।' ଏଇଟି ନୁହେଁ ଆରଟି ଅଣ । ଅସୁବିଧାରେ ପଡ଼ିଲା ପରେ ଅନ୍ୟକୁ ବିଶ୍ୱାସ । କରିବା ଉଚିତ ନୁହେଁ । ଶିଘ୍ର ଆଉ ଶ୍ୟାମ ଦୁଇଭାଇ, ଏକୁ ଆରକ ବଳି । ଏଠାରେ ରେଖାଙ୍କିତ ପଦଗୁଡ଼ିକ ଏକଏକ ନିର୍ଣ୍ଣାୟକ ସର୍ବନାମ ପଦ ।
ଆମେ ବାକ୍ୟରେ ବିଶେଷ୍ୟପଦ ସଂପର୍କରେ ଏକ ନିର୍ଯାଚୁର୍କ ଧାରଣା ଦେବାପାଇଁ କେତେକ ସମଷ୍ଟିବାଟକ ସର୍ବନାମ ପଦ ବ୍ୟବହାର କରିଥାଉ । ଉଦାହରଣ ସ୍ଵରୂପ- '',
• ସକଳେ ହୋଇ ଜର୍ଣ୍ଣମୁଖ, ଡାକିଲେ ନାରାୟଣ ରଖ |
ଜୁରୀ କହିଲେ- 'ଯାହା ଆଣିଛ ସଭିଏଁ ବାଣ୍ଟି ନିଅ ।
• ଯାହା ଯେଉଁଠୁ ପାଇଲ ସବୁ ଏକାଠି ରଖ :
• ସେ ଯାହାଯାହା ଅଜିଥିଲେ, ସମସ୍ତ ହରାଇଛନ୍ତି ।
ସକଳ, ସଭିଏଁ, ସବୁ, ସମସ୍ତ- ଏ ପ୍ରକାର ନିଶ୍ଚିୟାବ୍ଳକ ସର୍ବନାମ ପଦକୁ 'ସମଷ୍ଟିବାକୁ .ସର୍ବନାମ୍' କୁହାଯାଇଥାଏ । ଏ ପ୍ରକାର ନିର୍ଣ୍ଣୟାତ୍ମିକ ସର୍ବନାମ, ଦ୍ବାରା ବ୍ୟକ୍ତି ବା ବସ୍ତୁ ସମ୍ପର୍କରେ ନିଶ୍ଚିତ ଅନିଶ୍ଚିତ ଧାରଣା ସୃଷ୍ଟି ହୁଏ । ସେଥିପାଇଁ ଏହି ସର୍ବନାମକୁ ନିଶ୍ଚୟ ବାଚକ ଓ ଅନିଶ୍ଚୟ ବାଟକ ସର୍ବନାମ ଭାବରେ ଦୁଇଭାଗରେ ବିଭକ୍ତ କରାଯାଏ । ଉଦାହରଣ :
(କ) କେହି ଜଣେ କହିଲା କିଛି ଘଟିଛି । (ଅନିଶ୍ଚୟବାଚକ ସର୍ବନାମ) ।
(ଖ) ବନ୍ଧ ଭାଙ୍ଗିବାର ଥିଲା ତାହାହିଁ ଘଟିଛି । (ନିଶ୍ଚୟବାଚକ ସର୍ବନାମ)