ବାକ୍ୟ ବିଚାର
‘କହି ଜାଣିଲେ କଥା ସୁନ୍ଦର
ବାନ୍ଧି ଜାଣିଲେ ମଥା ସୁନ୍ଦର |'
ବାନ୍ଧିବା ଜଣାଥିଲେ ମଥା ଯେମିତି ସୁନ୍ଦର ଦିଶେ, କହିବା ଜଣାଥିଲେ କଥା ସେମିତି ସୁନ୍ଦର ଲାଗେ । କଥାଟିକୁ କହିଜାଣିଲେ ଖୁବ୍ ସୁନ୍ଦର ଜଣାଯାଏ । ମନୋଭାବକୁ ଆମର ବଚନ ଦ୍ୱାରା ପ୍ରକାଶ କରାଯାଏ | ଏଥିପାଇଁ କେତଟି ଅଥବା ସ୍ଥଳ ବିଶେଷରେ ଅନେକ ଶବ୍ଦ ଆମେ ବ୍ୟବହାର କରୁ । ପୁଣି ଶବ୍ଦକୁ ଶବ୍ଦ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା କରୁ । ଏହା ଫଳରେ କହିବା ବା ଭାବ ପ୍ରକାଶ କରିବା ସହଜ ହୁଏ । ବର୍ତ୍ତମାନ ଦେଖାଯାଉ -
କ. ଅରୁଣ କାଲି [ ବକ୍ତବ୍ୟ ସଂପୂର୍ଣ୍ଣ ନୁହେଁ ]
ଖ. ଗଛରେ ଚଢ଼ି [ ବକ୍ତବ୍ୟ ସଂପୂର୍ଣ୍ଣ ନୁହେଁ ]
ଗ. ଆମ୍ବ ତୋଳିଥିଲା [ ବକ୍ତବ୍ୟ ସଂପୂର୍ଣ୍ଣ ନୁହେଁ ]
କ+ଖ+ଗ = ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା । [ବକ୍ତବ୍ୟ ସଂପୂର୍ଣ୍ଣ ] ଏହା ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କରୁଅଛି । ଏହାକୁ ବାକ୍ୟ କୁହାଯିବ । ଏଇ ବାକ୍ୟରେ ‘ଅରୁଣ', 'କାଲି’ ‘ଗଛରେ’ ‘ଚଢ଼ି’ ‘ଆମ୍ବ’ ତୋଳିଥିଲା’ - ଏଇ ପଦଗୁଡ଼ିକ ବାକ୍ୟର ଗୋଟିଏ ଗୋଟିଏ ଏକକ ଏକାଠି ମିଶିଛନ୍ତି । ତେଣୁ 'ଅରୁଣ', ‘କାଲି’ ଇତ୍ୟାଦି ଗୋଟିଏ ଗୋଟିଏ ପଦ ।
ପ୍ରଶ୍ନ : ତୁ ଖାଇଛୁ ? ‘ତୁ', ‘ଖାଇଛୁ’ – ଦୁଇଟି ପଦ
ଉତ୍ତର – ହଁ । 'ହଁ – ଗୋଟିଏ ପଦ ।
ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ ।
ଗୋଟିଏ ଶୁଦ୍ଧ ବାକ୍ୟରେ;
ଯୋଗ୍ୟତା :
କ. ବାଳକଟି ଉଡ଼ୁଅଛି । (ବାଳକ ଉଡ଼ି ପାରେନା)
ଖ. ଛେଳି ଗୀତ ଗାଉଛି । (ଛେଳି ଗୀତ ଗାଇବାକୁ ଯୋଗ୍ୟ ନୁହେଁ ।)
ଗ, ଗଛଟି ପାଣିରେ ଜଳିଗଲା । (ପାଣି ଗଛକୁ ଜାଳିପାରେ ନାହିଁ ।)
ତେଣୁ ଉଦାହୃତ ବାକ୍ୟଗୁଡ଼ିକ ନିମ୍ନକ୍ରମରେ ପଢ଼ିବାକୁ ହେବ ।
କ. ବାଳକଟି ଦୌଡୁଅଛି । ୍
ଖ. ସବିତା ଗୀତ ଗାଉଅଛି ।
ଗ. ଗଛଟି ନିଆଁରେ ପୋଡ଼ିଗଲା ।
ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ ।
ଆକାଂକ୍ଷା :
କ. ମଦନ ସହିତ....... ବାକ୍ୟଟି ପୂର୍ଣ୍ଣ ନୁହେଁ ଏହା ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି ।
ଖ. ରବିବାର ଦିନ ଚପଳା... ବାକ୍ୟ ଅନ୍ୟକିଛି ପଦକୁ ଅପେକ୍ଷା କରୁଛି, ତେଣୁ ପୂର୍ଣ୍ଣ ନୁହେଁ |
ନିମ୍ନକ୍ରମରେ ବାକ୍ୟ ଦୁଇଟିର ପୂର୍ଣ୍ଣତା ଅଣାଯାଇପାରେ । ଯଥା :
କ. ମଦନ ସହିତ ତାଙ୍କ ବାପା ଆସିବେ ।
ଖ. ରବିବାର ଦିନ ଚପଳା ଭୁବନେଶ୍ୱର ଯିବ ।
ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ ।
ଆସଭି :
କ. ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ବ ଗୌତମ ତପସିଦ୍ଧ ।
ଖ, ଉଭୟେ ଏ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା ।
ପ୍ରଦତ୍ତ ବାକ୍ୟ ଦୁଇଟିରେ କର୍ତ୍ତା, କ୍ରିୟା ଥିଲେ ମଧ୍ୟ ପ୍ରକୃତ ଅର୍ଥ ବୁଝା ପଡୁନାହିଁ । ଉଭୟ ବାକ୍ୟରେ ପଦଗୁଡ଼ିକ ଯାହା ପରେ ଯିଏ ରହିବା ଆବଶ୍ୟକ ସେପରି ହୋଇନାହିଁ । ପଦଗୁଡ଼ିକ ସଜାଇ ଲେଖାଗଲେ ବାକ୍ୟଦୁଇଟି ହେବ :
କ, ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
ଖ. ଚନ୍ଦନା ଓ ବନ୍ଦନା ଉଭୟ ମିଶି ଏ ଛବି ଆଙ୍କିଛନ୍ତି ।
ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସଭି । ଏହା ଦ୍ଵାରା କାହା ପରେ କେଉଁପଦ ରହିଲେ, ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ। ଆସଭିକୁ ମଧ୍ୟ ପଦବିନ୍ୟାସ କୁହାଯାଏ ।
ବାକ୍ୟାଶ :
କ. ହରିହରଙ୍କ କଥା ଶୁଣି ମାଆ .....
ଖ. ଘଣ୍ଟା ବାଜିଲା, ଅଥଚ ପିଲାମାନେ .....
ଉଦାହୃତ ବାକ୍ୟ ଦୟ ସମ୍ପୂର୍ଷ ନୁହନ୍ତି । ଏ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍ୟ କେତୋଟି ପଦର ଆବଶ୍ୟକତା ଅଛି । ଯଥା :
କ. ହରିହରଙ୍କ କଥା ଶୁଣି ମାଆ ଆଶ୍ଚର୍ଯ୍ୟ ହେଲେ ।
ଖ. ଘଣ୍ଟା ବାଜିଲା, ଅଥଚ ପିଲାମାନେ ଶ୍ରେଣୀକୁ ଆସିଲେ ନାହିଁ ।
ମୂଳ ବାକ୍ୟ ଦୁଇଟି ସହିତ ମୋଟା ଅକ୍ଷର ଲିଖିତ ପଦଗୁଡ଼ିକ ଯୋଡ଼ାଯିବାରୁ ବାକ୍ୟଦ୍ୱୟ ସମ୍ପୂର୍ଣ୍ଣ ହେଲେ । ପ୍ରଥମେ ଦିଆଯାଇଥିବା ଅଂଶ ପୂର୍ଣବାକ୍ୟର ଏକ ଅଂଶ । ତେଣୁ ଏହା ବାକ୍ୟାଶ ।
ବାକ୍ୟର ବୁଝାପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକାଂଶ କୁହାଯାଏ ।
ଖଣ୍ଡବାକ୍ୟ :
କ. ଯେଉଁମାନେ ବୃଥାରେ ସମୟ କାଟନ୍ତି, .....
ଖ. କିଏ ପ୍ରଥମ ହେବ .....
କ. ‘ଯେଉଁମାନେ’ – କର୍ତ୍ତା, ‘କାଟନ୍ତି’ କ୍ରିୟାପଦ ।
ଖ, ‘କିଏ’ କର୍ତ୍ତା, ‘ହେବ’ - କ୍ରିୟାପଦ ।
ଦୁଇଟି ବାକ୍ୟରେ କର୍ତ୍ତା ଓ କ୍ରିୟା ଥାଇ ମଧ୍ୟ ଏହା ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ । ତେଣୁ ଉଦାହୃତ ବାକ୍ୟଖଣ୍ଡକୁ ଖଣ୍ଡବାକ୍ୟ କୁହାଯିବ ।
ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ ।
ପଦ ବିନ୍ୟାସ :
‘କହିବୋଲି ପାରେ ଯେ, ପଚା ଚୁଙ୍ଗୁଡ଼ି ବିକେ ସେ’ – ଭଲ ଭାବରେ କହିବା ଜଣା ଥିଲେ, ଖରାପକୁ ମଧ୍ୟ ଭଲ ବୋଲି ସାବ୍ୟସ୍ତ କରିହୁଏ। ‘କହିବା ଜଣା’ ହେଉଛି ବାକ୍ୟ ଗଢ଼ାର କୌଶଳ । ତେବେ ଶୁଦ୍ଧ ବାକ୍ୟ ଗଢ଼ିବାକୁ ହେଲେ କେତୋଟି ବିଷୟ ପ୍ରତି ଯତ୍ନଶୀଳ ହେବାକୁ ପଡ଼ିବ । ଏଗୁଡ଼ିକୁ ବାକ୍ୟର ପଦବିନ୍ୟାସ କୁହାଯାଏ।
ରାମଚନ୍ଦ୍ର ରାବଣଙ୍କୁ ବଧ କରିଥିଲେ।
ଏଠାରେ 'ରାମଚନ୍ଦ୍ର’ କର୍ତ୍ତା, ‘କରିଥିଲେ' କ୍ରିୟାପଦ ।
ବାକ୍ୟର ଆରମ୍ଭରେ ‘କର୍ତ୍ତା ଓ ଶେଷରେ ‘କ୍ରିୟା’ ପଦ ରହେ ।
ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ ।
'ଗାଇଲେ’ କ୍ରିୟା, 'ଗୀତ’ କର୍ମ, 'ଗୀତ’ ପରେ 'ଗାଇଲେ’ ରହିଛି ।
ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମ ପଦଟି କ୍ରିୟା ପୂର୍ବରୁ ରହେ ।
ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ ।
‘ଶିଷ୍ୟମାନଙ୍କୁ’ ଗୌଣ କର୍ମ, ‘ଉପଦେଶ’ ମୁଖ୍ୟ କର୍ମ |
ବାକ୍ୟରେ ଦ୍ୱିକର୍ମକ କ୍ରିୟାର ଗୌଣ କର୍ମ ପରେ ମୁଖ୍ୟ କର୍ମ ବ୍ୟବହାର କରାଯାଏ ।
କ: ହେ ଭଗବାନ ! ମତେ ରକ୍ଷାକର ।
ଖ: ମୋତେ ଶକ୍ତି ଦିଅ ପ୍ରଭୁ !
ପ୍ରଥମ ବାକ୍ୟରେ ‘ଭଗବାନ’ ଏବଂ ଦ୍ୱିତୀୟ ବାକ୍ୟରେ ‘ପ୍ରଭୁ’ – ସଂବୋଧନ ପଦ ।
ବାକ୍ୟରେ ସଂବୋଧନ ପଦ ଆରମ୍ଭରେ ବା ଶେଷରେ ରଖାଯାଏ।
ଚତୁର ଲୋକ ସବୁଠି ଜିତନ୍ତି ।
‘ଚତୁର’ ଲୋକର ବିଶେଷତା ପ୍ରକାଶ କରେ ।
ବାକ୍ୟରେ ବିଶେଷଣ ପଦ ବିଶେଷ୍ୟ ପଦ ପୂର୍ବରୁ ବସେ ।
ଜମିଦାରଙ୍କ ପୁଅ ସୁରେନ୍ଦ୍ର ଏ ମନ୍ଦିର ତୋଳିଛନ୍ତି ।
'ସୁରେନ୍ଦ୍ର’ ଏଠାରେ କର୍ତ୍ତା, କିନ୍ତୁ ସେ ଜମିଦାରଙ୍କ ପୁଅ, ‘ଜମିଦାରଙ୍କ’ ସହିତ ସମ୍ବନ୍ଧିତ ।
ବାକ୍ୟରେ ସମ୍ବନ୍ଧ ପଦ ସମ୍ବନ୍ଧିତ ପଦ ପୂର୍ବରୁ ବସେ ।
ସକାଳେ କାମ ଆରମ୍ଭ ହୁଏ ।
‘ସକାଳେ ଅଧୁକରଣ କାରକ, ବାକ୍ୟର ଆରମ୍ଭରେ ଅଛି ।
ବାକ୍ୟର ଆରମ୍ଭରେ ବେଳେବେଳେ ଅକରଣ କାରକ ରଖାଯାଏ ।
ଏହା କେବଳ ସମ୍ଭବ ହେବ କଠିନ ଶ୍ରମ ଦ୍ଵାରା ।
‘କଠିନ ଶ୍ରମ ଦ୍ଵାରା’ ଉପରେ ଗୁରୁତ୍ୱ ଆରୋପିତ ।
ଗୁରୁତ୍ୱ ଆରୋପ ପାଇଁ ଯେ କୌଣସି ପଦ ବାକ୍ୟର ଶେଷରେ ବସିପାରେ ।
ତୁମର କାମ ହେଉଛି, ଘର ଜଗିବା ।
‘ତୁମର କାମ ହେଉଛି’ ଉପରେ ଗୁରୁତ୍ୱ ଅଛି, ଏଣୁ ଏହା ବାକ୍ୟ ଆରମ୍ଭରେ ରହିଛି ।
ବାକ୍ୟରେ ଆରମ୍ଭରେ ଗୁରୁତ୍ବ ଆରୋପଣ ପାଇଁ ଥିବା ବାକ୍ୟାଶ ବସିପାରେ ।
ରମେଶଙ୍କ ବିନା ଏ କାମ ହୋଇ ପାରିବ ନାହିଁ ।
ଏଠାରେ ‘ବିନା’ ଅବ୍ୟୟ ପଦ ଓ ଏହା ରମେଶଙ୍କ ସହିତ ସମ୍ବନ୍ଧିତ ।
ବାକ୍ୟରେ ପ୍ରଦାନୁୟୀ ଅବ୍ୟୟ ସମ୍ବନ୍ଧିତ ପଦର ପରେ ବ୍ୟବହୃତ ହୁଏ ।
ବାପା ଜେଜେଙ୍କର ଓ ଜେଜେମାଆଙ୍କର ଯତ୍ନ ନିଅନ୍ତି ।
ବାପା ଜେଜେଙ୍କର ଯତ୍ନ ନିଅନ୍ତି, ଜେଜେମାଙ୍କର ଯତ୍ନ ନିଅନ୍ତି ।
ବାକ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ ବୁଝାଇବାକୁ ହେଲେ ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତିଯୁକ୍ତ ହୁଏ ।
୧ମ- ଚନ୍ଦ୍ରମୋହନ କଟକ ଗଲା ନାହିଁ ।
୨ୟ– କାଲି ତମେ ଘରେ ନ ଥିଲା ।
ପ୍ରଥମ ବାକ୍ୟରେ ‘ନାହିଁ ‘ଗଲା’ ପରେ ଓ ଦ୍ୱିତୀୟ ବାକ୍ୟରେ ‘ନ’ ଅଲ’ ପୂର୍ବରୁ ବସିଛି ।
ବାକ୍ୟରେ ‘ନାହିଁ’ ବା ନାହିଁ ସଂଯୁକ୍ତ ପଦ କ୍ରିୟାପଦ ପରେ ବସେ ଓ ‘ନ’ କ୍ରିୟାର ପୂର୍ବରୁ ବସେ ।
କ. ରାଘବ ସୁଦାମକୁ ବେତରେ ପିଟିଲେ । ରାଘବ ବେତରେ ସୁଦାମକୁ ପିଟିଲେ ।
ଖ. ବାପା ଗୋପାଳକୁ ବହିଟିଏ ଦେଲେ । ବାପା ବହିଟିଏ ଗୋପାଳକୁ ଦେଲେ ।
ଗ. ନରେଶ ବ୍ୟବସାୟରୁ ବହୁତ ରୋଜଗାର କରୁଛି । ନରେଶ ବହୁତ ରୋଜଗାର ବ୍ୟବସାୟରୁ କରୁଛି ।
ଘ. ମିତା ଶିକ୍ଷକଙ୍କୁ ଘରେ ଦେଖାକଲା । ପିତା, ଘରେ ଶିକ୍ଷକଙ୍କୁ ଦେଖାକଲା ।
ବାକ୍ୟରେ କରଣ, ସଂପ୍ରଦାନ, ଅପାଦାନ ଓ ଅଧୁକରଣ କାରକର ପଦ କର୍ମର ପରେ ବା ପୂର୍ବରୁ ବ୍ୟବହୃତ ହୋଇପାରେ ।
.
ବାକ୍ୟର ପ୍ରକାର ଭେଦ :
ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର । ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ । ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର । ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।
ବାକ୍ୟରୂପ
ଗଠନାତ୍ମକ ରୂପ ପ୍ରକାର୍ଯ୍ୟାତ୍ମକ ରୂପ
୧. ସରଳ ବାକ୍ୟ ୧. ବିବୃତିସୂଚକ ବାକ୍ୟ
୨. ଯୌଗିକ ବାକ୍ୟ ୨. ଆଦେଶ \ ଅନୁରୋଧସୂଚକ ବାକ୍ୟ
୩. ଜଟିଳ ବାକ୍ୟ ୩. ପ୍ରଶ୍ନସୂଚକ ବାକ୍ୟ
୪. ମିଶ୍ରବାକ୍ୟ ୪. ବିସ୍ମୟସୂଚକ ବାକ୍ୟ
୫. ନାସ୍ତିସୂଚକ ବାକ୍ୟ
ସରଳ ବାକ୍ୟ :
୧. ଗୋବଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି ।
୨. ନମିତାକୁ ତାଙ୍କ ଘରଲୋକ ଭଲପାଆନ୍ତି ।
ଉଲ୍ଲିଖୁତ ବାକ୍ୟ ଦୁଇଟିରେ ‘ସେବାକରନ୍ତି', “ଭଲପାଆନ୍ତି’ ସମାପିକା କ୍ରିୟ।
୩. ପ୍ରଣବ ଜଣେ ଶିଳ୍ପୀ ।
୪. ଆମ ସାହିତ୍ୟ ଶିକ୍ଷକ ଜଣେ ଜ୍ଞାନୀ ବ୍ୟକ୍ତି ।
ବାକ୍ୟ ଦୁଇଟିରେ ‘ଶିଳ୍ପୀ’ ଓ ଜ୍ଞାନୀ ବ୍ୟକ୍ତି’ ପରେ ‘ଅଟନ୍ତି’ ସଂଯୋଗ କରାଯିବ । ଏହି ବାକ୍ୟ ଦୃୟରେ ‘ଅଟନ୍ତି’ ଊହ୍ୟ ଅଛି ।
ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ ।
ଯୌଗିକ ବାକ୍ୟ :
୧. ପବିତ୍ର ପହଞ୍ଚଲା, ସୁଷମା ଆସିଲା ଓ ଉଭୟେ ମିଶି ପାଠ ପଢ଼ିଲେ ।
୨. ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ ।
୩. ମାଆ ଭଲ କରି ଶିଖାଇଲେ, କିନ୍ତୁ ବବିତା ରୋଷେଇ କରିପାରିଲା ନାହିଁ ।
୪. ଶିକ୍ଷକ ଡାକିଲେ, ମାନସ ଏବଂ ସୁରେଶ ଗୀତ ଗାଇଲେ ।
ଉଦାହୃତ ବାକ୍ୟ ଚାରୋଟିରେ ‘ଓ, ‘ମାତ୍ର’, ‘କିନ୍ତୁ’ ‘ଏବଂ ପ୍ରଭୃତି ଅବ୍ୟୟ ପଦଗୁଡ଼ିକ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ୱିତୀୟ ଅଂଶ ମିଶି ପୂର୍ଣବାକ୍ୟ ହୋଇଛି । ତେଣୁ ଏଗୁଡ଼ିକୁ ସଂଯୋଜକ ଅବ୍ୟୟ କୁହାଯିବ । ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି ।
> ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧେକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।
ଜଟିଳ ବାକ୍ୟ :
୧. ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା ।
୨. ବାପା କେବେ ଆଶା କରି ନ ଥିଲେ ଯେ, ସନାତନ ଶ୍ରେଣୀରେ ପ୍ରଥମ ହେବ ।
୩. ଦରକାର ସମୟରେ ଯେ ସାହାଯ୍ୟ କରେ, ତାକୁ ଉପଯୁକ୍ତ ବନ୍ଧୁ କୁହାଯାଏ ।
୪. କାଲିର କାମ ଯଦି ଆଜି କରୁଚ ତେବେ, ଆଜିର କାମ ଏବେ କର ।
୧. ସେତେବେଳେ ରତନ ଘରେ ନ ଥିଲା – ପ୍ରଧାନ ବାକ୍ୟ
ଅଜା ଯେତେବେଳେ ଘରେ ପହଞ୍ଚିଲେ – ଅପ୍ରଧାନ ବାକ୍ୟ
୨. ସନାତନ ଶ୍ରେଣୀରେ ପ୍ରଥମ ହେବ – ପ୍ରଧାନ ବାକ୍ୟ
ବାପା କେବେ ଆଶା କରି ନ ଥିଲେ ଯେ – ଅପ୍ରଧାନ ବାକ୍ୟ
୩. ତାକୁ ଉପଯୁକ୍ତ ବନ୍ଧୁ କୁହାଯାଏ – ପ୍ରଧାନ ବାକ୍ୟ ।
ଦରକାର ସମୟରେ ଯେ ସାହାଯ୍ୟ କରନ୍ତି – ଅପ୍ରଧାନ ବାକ୍ୟ
୪. ଆଜିର କାମ ଏବେ କର – ପ୍ରଧାନ ବାକ୍ୟ
କାଲିର କାମ ଆଜି କରୁଚ କି – ଅପ୍ରଧାନ ବାକ୍ୟ
ଅପ୍ରଧାନ ବାକ୍ୟ ସହିତ ପ୍ରଧାନ ବାକ୍ୟ ମିଶିଲେ ଜଟିଳ ବାକ୍ୟ ହୁଏ ।
> ଦୁଇ ବା ତତୋଧେକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ବୟରେ ଜଟିଳ ବାକ୍ୟ ଗଠିତ ହୁଏ ।
ମିଶ୍ରବାକ୍ୟ :
୧. ଗୀତ, ବାଜା ଓ ନାଚ ଚାଲିବା ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ – ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ ।
୨. ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ – ସରଳ ବାକ୍ୟ
୩. ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ – ସରଳ ବାକ୍ୟ ।
ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବାକ୍ୟକୁ ଏକାଠି ମିଶାଇଲେ ହେବ – ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖୁବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ |
> ଯେ କୌଣସି ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାବ୍ୟ କୁହାଯାଏ ।
ବାକ୍ୟର ପ୍ରକାର୍ଯ୍ୟଗତ ରୂପ :
ବିବୃତିସୂଚକ ବାକ୍ୟ :
କ. ଏ ବର୍ଷ ପ୍ରବଳ ଶୀତ ହୋଇଛି ।
ଖ. କବିମାନଙ୍କ ମଧ୍ୟରେ ସାରଳା ଦାସ ଆଦିକବି ଅଟନ୍ତି ।
ପ୍ରଥମ ବାକ୍ୟରେ ଶୀତ ସମ୍ପର୍କରେ ଏବଂ ଦ୍ୱିତୀୟ ବାକ୍ୟରେ ସାରଳା ଦାସଙ୍କ ସମ୍ପର୍କରେ ବିବୃତି ଦିଆଯାଇଛି ।
> ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତିସୂଚକ ବାକ୍ୟ କହାଯାଏ ।
ଅନୁରୋଧ \ ଆଦେଶ :
କ. ଆଜ୍ଞା ! ମତେ ଟିକିଏ ସାହାଯ୍ୟ କରନ୍ତୁ ।
ଖ. ଘରଟାକୁ ସଫା କରିଦିଅ ।
ପ୍ରଥମ ବାକ୍ୟରେ ଅନୁରୋଧ ଓ ଦ୍ୱିତୀୟ ବାକ୍ୟରେ ଆଦେଶ ଭାବ ପ୍ରକାଶିତ ।
ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଅନୁରୋଧ / ଆଦେଶ ସୂଚକ। ବାକ୍ୟ କୁହାଯାଏ।
ପ୍ରଶ୍ନସୂଚକ ବାକ୍ୟ :
କ. ତମେ କେବେ ଆସିଲ ?
ଖ. ଆଜି କେତେ ତାରିଖ ?
ବାକ୍ୟ ଦୁଇଟିରେ ସମୟ ଓ ତାରିଖ ସମ୍ପର୍କରେ ପ୍ରଶ୍ନ କରାଯାଇଛି ।
> କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ପ୍ରଶ୍ନସୂଚକ ବାକ୍ୟ କୁହାଯାଏ ।
ବିସ୍ମୟସୂଚକ ବାକ୍ୟ :
କ. ବାପା ଏତେ ଟଙ୍କା ଦେଲେ !
ଖ. ସତରେ ତମେ ଆସିଛି !
ଉଭୟ ବାକ୍ୟରେ ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ପ୍ରକାଶିତ ହୋଇଛି ।
> ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ ବିସ୍ମୟସୂଚକ ବାକ୍ୟ କୁହାଯାଏ।
ନାସ୍ତିସୂଚକ ବାକ୍ୟ :
କ. ରୀତା ଦ୍ଵାରା ଏ କାମ କେବେ ବି ହେବ ନାହିଁ ।
ଖ. ତମର ନିୟମ ମୁଁ ପାଳି ପାରିବି ନାହିଁ ।
ଉଭୟ ବାକ୍ୟରେ ନାପ୍ତିର ସୂଚନା ମିଳୁ ଅଛି ।
> ନାପ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ନାସ୍ତିସୂଚକ ବାକ୍ୟ କୁହାଯାଏ ।
ବାକ୍ୟର ଗଠନଗତ ରୂପାନ୍ତର :
(କ) ୧. ହରି ଭଲ ନାଚିବାରୁ ସୁନାମ ଅର୍ଜନ କରିଛି । – ସରଳ ବାକ୍ୟ
୨. ହରି ଭଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି । – ଯୌଗିକ ବାକ୍ୟ ।
୩. ଯଦି ହରି ଭଲ ନାଚିବ, ତେବେ ସେ ସୁନାମ ଅର୍ଜନ କରିବ । - ଜଟିଳ ବାକ୍ୟ
(ଖ) ୧. ଝଡ଼ କମିଗଲା ଓ ପିଲାମାନେ ନିଜ ନିଜ ଘରକୁ ଫେରିଲେ – ଯୌଗିକ ବାକ୍ୟ
୨. ଝଡ଼ କମିବାରୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ – ସରଳ ବାକ୍ୟ ।
୩. ଯେହେତୁ ଝଡ଼ କମିଗଲା, ତେଣୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ । – ଜଟିଳବାକ୍ୟ
(ଗ) ୧. ଯେହେତୁ ଘରେ ଅଶାନ୍ତି ଦେଖାଦେଇଛି, ସେହେତୁ ମୁଁ ସଭାକୁ ଯାଇ ପାରିବି ନାହିଁ । – ଜଟିଳ ବାକ୍ୟ
୨. ଘରେ ଅଶାନ୍ତି ଦେଖା ଦେଇଥିବାରୁ ମୁଁ ସଭାକୁ ଯାଇ ପାରିବି ନାହିଁ । – ସରଳ ବାକ୍ୟ
୩. ଘରେ ଅଶାନ୍ତି ଦେଖା ଦେଇଛି, ତେଣୁ ମୁଁ ସଭାକୁ ଯାଇ ପାରିବି ନାହିଁ । – ଯୌଗିକ ବାକ୍ୟ
(ଘ) ୧. ଜେଜେ ଆସିବା ହେତୁ ଆମେ ସମସ୍ତେ ଖୁସି ହେବୁ। – ସରଳ ବାକ୍ୟ
୨. ଜେଜେ ଆସିବେ ଓ ଆମେ ସମସ୍ତେ ଖୁସି ହେବୁ। - ଯୌଗିକ ବାକ୍ୟ
୩. ଯଦି ଜେଜେ ଆସିବେ, ତେବେ ଆମେ ଖୁସି ହେବୁ। - ଜଟିଳ ବାକ୍ୟ
ବାକ୍ୟର ଅର୍ଥଗତ ରୂପାନ୍ତର :
ବିବୃତିସୂଚକ ବାକ୍ୟ :
ଉତ୍କଳମଣି ଗୋପବନ୍ଧୁ ଥିଲେ ଜଣେ ସଚ୍ଚା ଦେଶସେବକ ।
ଏହା ଏକ ବିବୃତିସୂଚକ ବାକ୍ୟ । ଏଇ ବାକ୍ୟକୁ ଭିନ୍ନ ପ୍ରକାରେ ପ୍ରକାଶ କରାଯାଇପାରେ ।
ଏହାକୁ ମୁଖ୍ୟତଃ ପ୍ରଶ୍ନସୂଚକ, ନାସ୍ତିସୂଚକ, ବିସ୍ମୟସୂଚକ ବାକ୍ୟରେ ରୂପାନ୍ତରିତ କରାଯାଇପାରେ ।
ଯଥା-
କ. ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ସଚ୍ଚା ଦେଶସେବକ ଆଉ କାହାନ୍ତି ? – ପ୍ରଶ୍ନସୂଚକ ବାକ୍ୟ
ଖ. ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ସଚ୍ଚା ଦେଶସେବକ ନାହାନ୍ତି । - ନାସ୍ତିସୂଚକ ବାକ୍ୟ
ଗ. ଉତ୍କଳମଣି ଗୋପବନ୍ଧୁ କି ସଚ୍ଚା ଦେଶସେବକ ସତେ ! - ବିସ୍ମୟସୂଚକ ବାକ୍ୟ
ପ୍ରଶ୍ନସୂଚକ ବାକ୍ୟ :
ବିଜୁବାବୁଙ୍କୁ ଓଡ଼ିଶାରେ କିଏ ନ ଜାଣେ ?
ଏହାକୁ ନାସ୍ତିସୂଚକ, ବିବୃତିସୂଚକ ଓ ବିସ୍ମୟସୂଚକ ବାକ୍ୟରେ ରୂପାନ୍ତରିତ କରାଯାଇପାରେ । ଯଥା-
କ. ବିଜୁବାବୁ ଓଡ଼ିଶାରେ କାହକୁ ଅଜଣା ନୁହନ୍ତି । - ନାସ୍ତିସୂଚକ ବାକ୍ୟ
ଖ. ବିଜୁବାବୁଙ୍କୁ ଓଡ଼ିଶାରେ ସମସ୍ତେ ଜାଣନ୍ତି । - ବିବୃତିସୂଚକ ବାକ୍ୟ
ଗ. ବିଜୁବାବୁ ପୁଣି ଓଡ଼ିଶାରେ କାହାର ଅଜଣା ! – ବିସ୍ମୟସୂଚକ ବାକ୍ୟ
ନାସ୍ତି ସୂଚକ ବାକ୍ୟ :
ଅଜ୍ଞାତ ଯୁବକକୁ ଆଶ୍ରୟ ଦେବା ଠିକ୍ ହେଲା ନାହିଁ ।
ଏହାକୁ ବିବୃତିସୂଚକ, ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ବାକ୍ୟରେ ପରିଣତ କରାଯାଇପାରେ । ଯଥା –
କ. ଅଜ୍ଞାତ ଯୁବକକୁ ଆଶ୍ରୟ ଦେବା ଭୁଲ୍ । – ବିବୃତିସୂଚକ ବାକ୍ୟ
ଖ. ଅଜ୍ଞାତ ଯୁବକକୁ କ’ଣ ଆଶ୍ରୟ ଦିଆଯାଏ ? – ପ୍ରଶ୍ନସୂଚକ ବାକ୍ୟ
ଗ. ଯୁବକକୁ ପୁଣି ଆଶ୍ରୟ ! – ବିସ୍ମୟସୂଚକ ବାକ୍ୟ
ବିସ୍ମୟସୂଚକ ବାକ୍ୟ :
୪. ଲଙ୍କାରେ ପୁଣି ହରି ଶବ୍ଦ !
ଏହାକୁ ବିବୃତିସୂଚକ, ପ୍ରଶ୍ନସୂଚକ ଓ ନାସ୍ତିସୂଚକ ବାକ୍ୟରେ ରୂପାନ୍ତରିତ କରାଯାଇପାରେ । ଯଥା -
କ. ଲଙ୍କାରେ ହରି ଶବ୍ଦ ଖୋଜିବା ବୃଥା । — ବିବୃତିସୂଚକ ବାକ୍ୟ
ଖ. ଲଙ୍କାରେ ହରି ଶବ୍ଦ ଶୁଣାଯାଏ କି ? – ପ୍ରଶ୍ନସୂଚକ ବାକ୍ୟ
ଗ. ଲଙ୍କାରେ ହରି ଶବ୍ଦ ମିଳିବା ସମ୍ଭବ ନୁହେଁ । - ନାସ୍ତିସୂଚକ ବାକ୍ୟ
ବାତ୍ୟଗତ ରୂପାନ୍ତରୀକରଣ :
କହିବା ଭଙ୍ଗୀରେ ବାତ୍ୟ ପରିବର୍ତ୍ତନ ହେଲେ ବାକ୍ୟ ପରିବର୍ତ୍ତିତ ହୁଏ । ଯଥା-
ଝରକା ଖୋଲ । ଏହାର ବାତ୍ୟ ପରିବର୍ତ୍ତନ କରାଗଲେ ବାକ୍ୟଟି ହେବ– ଝରକା ଖୋଲା ହେଉ ।
ଯେ କୌଣସି ବାକ୍ୟକୁ ଅନ୍ୟ ବାତ୍ୟରେ ରୂପାନ୍ତରିତ କରାଯାଇପାରେ । ଯଥା-
କ. କର୍ତ୍ତ ବାତ୍ୟ : ବିଜୟ କଲିକତା ଯିବ।
କର୍ମ ବାତ୍ୟ : ବିଜୟର କଲିକତା ଯିବା ହେବ।
ଖ. କର୍ମ ବାଚ୍ୟ : ରାଧାଶ୍ୟାମଙ୍କ ଦ୍ବାରା ଭାଷଣ ଭଲ ହୁଏ ।
କ ବାଚ୍ୟ : ରାଧାଶ୍ୟାମ ଭଲ ଭାଷଣ ଦେଇ ପାରନ୍ତି ।
ଗ. ଭାବ ବାଚ୍ୟ : ତନୁଜାର ନାଚ ହେଉ।
କର୍ତ୍ତୃ ବାଚ୍ୟ : ତନୁଜା ନାତୁ।
ଘ. କର୍ତ୍ତ ବାତ୍ୟ : ମାଆ ରାନ୍ଧୁଛନ୍ତି ।
ଭାବ ବାଚ୍ୟ : ମାଆଙ୍କର ରନ୍ଧା ଚାଲିଛି ।
ବାକ୍ୟ ସଂକ୍ଷେପଣ :
କେହି କେହି ଅଧୁକ କଥାକୁ ଅନ୍ତ୍ରରେ ପ୍ରକାଶ କରନ୍ତି, କେହି କେହି ମଧ୍ୟ ଅକ୍ସ କଥାକୁ ଅଧୁକ ଭାବରେ ପ୍ରକାଶ କରନ୍ତି । ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ । ତେଣୁ ଦୀର୍ଘ ବାକ୍ୟକୁ ମଧ୍ୟ ସଂକ୍ଷେପରେ ପ୍ରକାଶ କରାଯାଇପାରେ । ଏ ପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ। ବାକ୍ୟ ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି । ଏଠାରେ କେତୋଟି ଉଦାହରଣ ଦିଆଯାଇପାରେ ।
ସନ୍ଧି ଦ୍ଵାରା :
୧. ଅତି ଆବଶ୍ୟକ ଜିନିଷର ଦର ଅଧ୍ବକ ବଢୁଛି ।
ଅତ୍ୟାବଶ୍ୟକ (ଅତି+ଆବଶ୍ୟକ) ଜିନିଷର ଦରବୃଦ୍ଧି ହେଉଛି ।
୨. ଅତି ଅଧୁକ ବକ୍ତବ୍ୟ ସୃହଣୀୟ ନୁହେଁ ।
ଅତ୍ୟଧିକ (ଅତି+ଅଧୁକ) ବକ୍ତବ୍ୟ ସୃହଣୀୟ ନୁହେଁ |
ସମାସ ଦ୍ଵାରା :
୧. ସ୍ଵାମୀ ଓ ସ୍ତ୍ରୀ ଦୁଇଜଣଯାକ ଆଜି ଆସିବେ ।
ଦମ୍ପତି ଆଜି ଆସିବେ ।
୨. ବର ଓ କନ୍ୟା ଦୁଇଜଣଯାକ ବେଦିରେ ବସିଛନ୍ତି ।
ବରକନ୍ୟା (ଉଭୟ) ବେଦିରେ ବସିଛନ୍ତି ।
କୃଦନ୍ତ ଦ୍ଵାରା :
୧. ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟାଲାଭ କରିବ ।
ଜିଜ୍ଞାସୁ ଛାତ୍ର ବିଦ୍ୱାନ ହେବ ।
୨. ଯାହା କରିବା ଉଚିତ୍ ତାହା କର ।
କର୍ତ୍ତବ୍ୟ କର ।
ତଦ୍ଧିତ ଦ୍ଵାରା :
୧. ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା ।
ପାନରା ଗ୍ରାମାନ୍ତର ଗଲା ।
୨. ଗିରିପଥ ଭାବରେ ଖାଇବର ସବୁଠାରୁ ଲମ୍ବା ।
ଖାଇବର ଦୀର୍ଘତମ ଗିରିପଥ ।
ଉପସର୍ଗ ଦ୍ଵାରା :
୧. ପବନର ବିପରୀତ ଦିଗରେ ସାଇକେଲ୍ ଚଳାଇବା କଷ୍ଟକର।
ପବନର ପ୍ରତିକୂଳରେ ସାଇକେଲ୍ ଚାଳନା କଷ୍ଟକର ।
୨. ସାହିତ୍ୟ ବିଷୟରେ ତାଙ୍କର ବିଶେଷ ଭାବରେ ଜ୍ଞାନ ଅଛି ।
ସେ ସାହିତ୍ୟ ବିଶେଷଜ୍ଞ ଅଟନ୍ତି ।
ସମାର୍ଥବୋଧକ ଶବ୍ଦ ଦ୍ଵାରା :
୧. ବିଷ୍ଣୁ ଉପାସକମାନେ ଖୋଳ କରତାଳ ବଜାଇ ନାମ ଜପ କରୁଅଛନ୍ତି ।
ବୈଷ୍ଣବମାନେ କୀର୍ତ୍ତନ କରୁଅଛନ୍ତି ।
୨. ଯେଉଁ ପିଲାମାନେ ବେଶି ଜିଦ୍ କରନ୍ତି, ସେମାନଙ୍କୁ ବାପା ଆଦୌ ପସନ୍ଦ କରନ୍ତି ନାହିଁ ।
ଜିଦ୍ଖୋର ପିଲାମାନଙ୍କୁ ବାପା ନାପସନ୍ଦ କରନ୍ତି ।
ଉକ୍ତି ପରିବର୍ତ୍ତନ ଦ୍ଵାରା :
୧. ଶିକ୍ଷକ କହିଲେ, “ମୁଁ ଆଜି ଇଂରାଜୀ ପଢ଼ାଇବି ।’ - ପ୍ରତ୍ୟକ୍ଷ ଉକ୍ତି ।
ଶିକ୍ଷକ ଇଂରାଜୀ ପଢ଼ାଇବେ ବୋଲି କହିଲେ। - ପରୋକ୍ଷ ଉକ୍ତି ।
୨. ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା। - ପରୋକ୍ଷ ଉକ୍ତି ।
ହରି କହିଲା, 'ମୁଁ ଯାତ୍ରା ଦେଖେ ନାହିଁ ।’ - ପ୍ରତ୍ୟକ୍ଷ ଉକ୍ତି ।